ଏଥର ‘ମୋଦୀ ବନାମ ରାହୁଲ’

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଏକ ରାଲିରେ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ହେଉଛି ରାହୁଲ ଗାନ୍ଧୀ ବନାମ ନରେନ୍ଦ୍ର ମୋଦୀ ନିର୍ବାଚନ। ଏହା ଏଭଳି ଏକ ନିର୍ବାଚନ ଯାହା ‘ବିକାଶ ପାଇଁ ଭୋଟ୍’ ବିରୋଧରେ ‘ଜିହାଦ ପାଇଁ ଭୋଟ୍’। ଏହି ନିର୍ଣ୍ଣାୟକ ନିର୍ବାଚନ ପାଇଁ ଦେଶବାସୀ ସେମାନଙ୍କ ସୁଚିନ୍ତିତ ନିଷ୍ପତ୍ତି ମାଧ୍ୟମରେ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବେ ବୋଲି ଶାହ ଭେଙ୍ଗିର ଲୋକସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ରାଲିରେ କହିଛନ୍ତି। ଚଳିତ ସଂସଦୀୟ ନିର୍ବାଚନକୁ ରାହୁଲଙ୍କ ‘ଚାଇନିଜ୍ ଗ୍ୟାରେଣ୍ଟି’ ବିରୋଧରେ ମୋଦୀଙ୍କ ‘ଭାରତୀୟ ଗ୍ୟାରେଣ୍ଟି’ ଚ୍ୟାଲେଂଜ ବୋଲି ଶାହ କହିଛନ୍ତି। କଂଗ୍ରେସ, ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍) ଏବଂ ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍)କୁ ତୁଷ୍ଟୀକରଣର ତ୍ରିକୋଣ ବୋଲି ଉଲ୍ଲେଖ କରି ଶାହ କହିଛନ୍ତି, ଭୋଟ୍‌ ବ୍ୟାଙ୍କ ରାଜନୀତିରେ ଆଶ୍ରିତ ଏହି ଦଳମାନେ ହାଇଦ୍ରାବାଦ ମୁକ୍ତି ଦିବସ (ସେପ୍ଟେମ୍ବର ୧୭)କୁ ପାଳନ କରିବାକୁ ଅନୁମତି ଦିଅନ୍ତି ନାହିଁ। ଏହି ଲୋକମାନେ ସିଏଏକୁ ବିରୋଧ କରୁଛନ୍ତି। ଏହି ଲୋକମାନେ ଶରିୟା ଓ କୁରାନ ଆଧାରରେ ତେଲେଙ୍ଗାନା ଚଳାଇବାକୁ ଚାହୁଛନ୍ତି।

୨୦୧୯ରେ ତେଲେଙ୍ଗାନାରେ ବିଜେପି ୪ଟି ଲୋକସଭା ଆସନ ଜିତିଥିବା ବେଳେ ଏଥର ୧୦ଟି ଆସନରେ ବିଜୟୀ ହେବ ବୋଲି ଶାହ ବିଶ୍ୱାସ ପ୍ରକଟ କରିଛନ୍ତି। ରାଜ୍ୟରେ ଏହି ଦୁଇ ଅଙ୍କ ବିଶିଷ୍ଟ ସ୍କୋର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲୋକସଭାରେ ୪୦୦ ଆସନ ଅତିକ୍ରମ କରିବାରେ ସାହାଯ୍ୟ କରିବ। କଂଗ୍ରେସ ମିଛ ପ୍ରଚାର କରୁଛି ଏବଂ ଦାବି କରୁଛି ଯେ ଯଦି ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ସେ ସଂରକ୍ଷଣ ଶେଷ କରିବେ। କିନ୍ତୁ ମୋଦୀ ଗତ ୧୦ ବର୍ଷ ଧରି ଏହି ଦେଶର ନେତୃତ୍ୱ ନେଉଛନ୍ତି ଏବଂ ସେ କୌଣସି ସଂରକ୍ଷଣ ବନ୍ଦ କରିନାହାଁନ୍ତି । କଂଗ୍ରେସ ଦଳ ହିଁ ମୁସଲମାନମାନଙ୍କୁ ୪ ପ୍ରତିଶତ ସଂରକ୍ଷଣ ଦେଇ ଅନୁସୂଚିତ ଜାତି, ଜନଜାତି ଓ ଓବିସିଙ୍କ ସଂରକ୍ଷଣ ଛଡ଼ାଇ ନେଇଛି। ବିଜେପି ଜିତିଲେ ଅନୁସୂଚିତ ଜାତି, ଜନଜାତି ଓ ଓବିସିଙ୍କ ପାଇଁ ସଂରକ୍ଷଣ ବୃଦ୍ଧି କରାଯିବ ବୋଲି ଶାହ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋଦୀ ଭୋଙ୍ଗିରର ବୟନ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରୟାସ କରିଥିଲେ। ସରକାରଙ୍କ ବୟନ ଶିଳ୍ପ ନୀତିର ଉଦ୍ଦେଶ୍ୟ ହେଉଛି ‘ଫାର୍ମରୁ ଫାଇବର’ ଫାଇବରରୁ କାରଖାନା, କାରଖାନାରୁ ଫ୍ୟାସନ ଏବଂ ଫ୍ୟାସନରୁ ରପ୍ତାନି ପର୍ଯ୍ୟନ୍ତ ସମସ୍ତ ସ୍ତରରେ ବ୍ୟବସ୍ଥାକୁ ସୁଦୃଢ଼ କରିବା । ଏ ଦିଗରେ କେନ୍ଦ୍ର ସରକାର ଅହରହ କାମ କରୁଛି ବୋଲି ସେ କହିଥିଲେ।

କଂଗ୍ରେସକୁ ସମାଲୋଚନା କରି ଶାହ କହିଛନ୍ତି ଯେ କଂଗ୍ରେସ ଦଳ କଦାପି ପ୍ରତିଶ୍ରୁତି ପୂରଣ କରେନାହିଁ। ପ୍ରଧାନମନ୍ତ୍ରୀ ମୋଦୀ ଯାହା କହୁଛନ୍ତି ଓ ପ୍ରତିଶ୍ରୁତି ଦେଉଛନ୍ତି ତାହା ପାଳନ କରୁଛନ୍ତି। କଂଗ୍ରେସ ଦଳ ୭୦ ବର୍ଷ ଧରି ରାମ ମନ୍ଦିର ନିର୍ମାଣ ବନ୍ଦ କରିଦେଇଥିଲା। ମାତ୍ର ୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ମାମଲାରେ ବିଜୟୀ ହୋଇ ଭୂମି ପୂଜା କରିଥିଲେ ଏବଂ ପ୍ରାଣ ପ୍ରତିଷ୍ଠା ସମାରୋହ କରିଥିଲେ ବୋଲି ଶାହ କହିଛନ୍ତି।

ସମ୍ବନ୍ଧିତ ଖବର