କପିଲ୍‌ ଶର୍ମା ସୋ’ରେ ନଜର ଆସିବେ ଅନ୍ତର୍ଜାତୀୟ କ୍ରିକେଟର ବ୍ରେଟ୍ ଲି ଓ କ୍ରିସ୍ ଗେଲ୍

ମୁମ୍ବାଇ: ଲୋକପ୍ରିୟ କମେଡି ସୋ’ କପିଲ୍‌ ଶର୍ମା ସୋ’ର ପ୍ରଶଂସକମାନେ ଏହାର ସମସ୍ତ ଚରିତ୍ରଙ୍କୁ ବେଶ୍ ପସନ୍ଦ କରିଥାଆନ୍ତି। ଏହି କମଡି ସୋ’ଟି ମନ ଯେତେ ଖରାପ ଥିଲେ ବି ଓଠରେ ହସ ଆଣି ଦେଇଥାଏ । ସୋ’ରେ କପିଲ ଶର୍ମାଙ୍କ ପରି ଅନ୍ୟ କଳାକାରମାରନେ ବି ଭର୍‌ପୂର ମନୋରଞ୍ଜନ କରାଇଥାନ୍ତି। ଆପଣ ଜାଣି ଖୁସି ହେବେ ଯେ ବର୍ତ୍ତମାନ ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍ ଲି ଏବଂ ୱେଷ୍ଟଇଣ୍ଡିଜର ପୂର୍ବତନ କ୍ୟାପଟେନ୍ ତଥା ବ୍ୟାଟର କ୍ରିସ୍ ଗେଲ୍ ଏହି ସୋ’ରେ ନଜର ଆସିବେ ।

ସୋ’ର ନିର୍ମାତା ଜାରି କରିଥିବା ନୂଆ ପ୍ରୋମୋ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଖୁସି ଆଣିଛି । ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍ ଲି ଖୁବ ଶୀଘ୍ର ଏହି ସୋ’ରେ ନଜର ଆସିବା ନେଇ ପ୍ରୋମୋରେ ଉପସ୍ଥାପନ କରାଯାଇଛି । ଏହାସହ ବ୍ରେଟ୍ ଲି  କପିଲଙ୍କ ସହ ଏକ ଫଟୋ ଟ୍ଵିଟରରେ ପୋଷ୍ଟ କରିଛନ୍ତି । ଏପରିକି ସାକ୍ଷାତ ହେଲେ ତାଙ୍କର “ସିଡନୀ ବିୟର” ମଧ୍ୟ ସେୟାର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ବ୍ରେଟ ଲି ଲେଖିଛନ୍ତି, “ଆଜି ଆପଣଙ୍କୁ ଦେଖି ବହୁତ ଭଲ ଲାଗିଲା । ଏହା ଆପଣଙ୍କ ସହ ସୁଟିଂ କରି ବହୁତ ମଜା ଆସିଲା ।’’ କପିଲ ମଧ୍ୟ ବ୍ରେଟ୍ ଲିଙ୍କ ପୋଷ୍ଟରେ ଲେଖିଛନ୍ତି,” ଆପଣଙ୍କୁ ସୋ’କୁ ଆଣିବା ଏକ ଖୁସିର କଥା । ଏହା ବହୁତ ମଜାଦାର ଥିଲା। ଆପଣଙ୍କ କୌତୁକପୂର୍ଣ୍ଣ ଆବେଗ ମୋତେ ଭଲ ଲାଗିଲା। ଆପଣଙ୍କ ଉପସ୍ଥିତି ସୋ’କୁ ବହୁତ ହସ-ମଜା ଦେଇଛି, ପ୍ରେମଭରା ଶୁଭେଚ୍ଛା ସହ ଧନ୍ୟବାଦ ।”

ବ୍ରେଟ ଲିଙ୍କ ଏହି ପୋଷ୍ଟରେ ତାଙ୍କ ପ୍ରଶଂସକମାନେ ଅନେକ ମନ୍ତବ୍ୟ ଦେଇଛନ୍ତି । ଜଣେ ସୋସିଆଲ୍ ମିଡିଆ ବ୍ୟବହାରକାରୀ ମନ୍ତବ୍ୟ ଦେଇ ଲେଖିଛନ୍ତି, ଦୁଇଜଣ ଜ୍ଞାନୀଙ୍କୁ ଏକାଠି ଦେଖିବାର ସୁଯୋଗ ମିଳିବ । ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ବହୁତ ଦିନ ପରେ ଏକ ଭଲ ଏପିସୋଡ୍ ଦେଖିବାକୁ ମିଳିବ । ଏହାକୁ ଦେଖିବାକୁ ଉତ୍ସାହର ସହିତ ଅପେକ୍ଷା କରିଛୁ । ଅନ୍ୟ ଜଣେ ଲେଖିଛନ୍ତି, ‘ବ୍ରେଟ୍ ଲି ଏହାକୁ ଲେଖିଛନ୍ତି ତେଣୁ ଏହି ସୋ’ ବହୁତ ଖାସ ହେବ ।’

ସମ୍ବନ୍ଧିତ ଖବର