ଛୋଟପିଲାଙ୍କ ପାଖକୁ ଗଲେ ଖାଇଦେବେ; ଚୁଇଂଗମ ତିଆରି ପୋଷାକ ପିନ୍ଧି ଟ୍ରୋଲ ହେଲେ ଉର୍ଫି

ମୁମ୍ବାଇ: ସବୁବେଳେ ନିଜ ପୋଷାକକୁ ନେଇ ଚର୍ଚ୍ଚାର ପରିସର ଭିତରକୁ ଆସିଥାନ୍ତି ବିଗ୍‌ବସ୍‌ ଫେମ୍‌ ତଥା ମଡେଲ୍‌ ଉର୍ଫି ଜାଭେଦ। ଅନେକ ଲୋକ ଉର୍ଫିଙ୍କୁ କ୍ରିଏଟିଭ୍ ବା ସୃଜନଶୀଳ ବୋଲି କହି ପ୍ରଶଂସା କରୁଥିବା ବେଳେ ଅନେକ ଲୋକ ତାଙ୍କର ସମାଲୋଚନା ବି କରନ୍ତି। ଏପରିକି ଉର୍ଫି ନିଜ ପୋଷାକ ମାଧ୍ୟମରେ ସମାଜକୁ ଖରାପ ବାର୍ତ୍ତା ଦେଉଛନ୍ତି ବୋଲି ବି ଅଧିକାଂଶ ସମୟରେ ଅଭିଯୋଗ ହୋଇଛି। ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫି ଏବେ ପୁଣି ଥରେ ନିଜର ଅଜବ ପୋଷାକକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି।

ଲୋକେ ବିଶେଷ କରି ଛୋଟ ପିଲାମାନେ ଚୁଇଂଗମ ଚୋବାଇବାକୁ ଭଲପାଆନ୍ତି। ହେଲେ କେବେ ବି ଆପଣ ଚୁଇଂଗମକୁ ନଚୋବାଇ ଏଥିରେ ପୋଷାକ ତିଆରି କରି ପିନ୍ଧିବାକୁ ଚିନ୍ତା କରିଛନ୍ତି କି? ଆପଣଙ୍କ ଉତ୍ତର ନିଶ୍ଚିତ ଭାବ‌ରେ ନାଁ ହେବ। ହେଲେ ଉର୍ଫି ଏହା ଚିନ୍ତା କରିବା ସହ ଚୁଇଂଗମରେ ପୋଷାକ ତିଆରି କରି ପିନ୍ଧିଥିବା ଦେଖାଯାଇଛି। ଅତୀତରେ ଉର୍ଫି ପ୍ରତିଟି ଜିନିଷକୁ ନେଇ ପୋଷାକ ଡିଜାଇନ କରିଥିବା ବେଳେ ଏବେ ଚୁଇଂଗମରେ ପୋଷାକ ତିଆରି କରିଛନ୍ତି।

ଚୁଇଂଗମ ଟପ୍ସ ପିନ୍ଧିବା ସହ ଉର୍ଫି ଚୁଇଂଗମ ଖାଉଥିବା ଦେଖାଯାଇଛି। ତାଙ୍କର ଏହି ଲୁକ୍ ଏବେ ଭାଇରାଲ ହୋଇଥିବା ବେଳେ କିଛି ତାଙ୍କୁ ପ୍ରଶଂସା କରିବା ସହ କିଛି ଲୋକ ତାଙ୍କୁ ଟ୍ରୋଲ କରୁଛନ୍ତି। ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ଛୋଟ ପିଲାମାନଙ୍କଠାରୁ ଦୂରରେ ରହିବ, ନହେଲେ ସେମାନେ ସବୁ ଚୁଇଂଗମ ଖାଇଦେବେ। ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, କଣ୍ଡୋମକୁ ନେଇ କେବେ ପୋଷାକ ଡିଜାଇନ କରିବ?

ସମ୍ବନ୍ଧିତ ଖବର