ସୁଇସାଇଡ ନୋଟରୁ ସାମ୍ନାକୁ ଆସିଲା କାରଣ; ପୂର୍ବ ପ୍ରେମିକ ହଇରାଣ କରୁଥିବାରୁ ଆତ୍ମହତ୍ୟା କରିଛନ୍ତି ବୈଶାଲୀ

ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିରୁ ଆଜି ଆସିଥିବା ଏକ ଆଶ୍ଚର୍ଯ୍ୟଜନକ ଖବର ସମସ୍ତଙ୍କୁ ଦୋହଲାଇ ଦେଇଥିଲା। ଜଣାଶୁଣା ଟେଲି ଅଭିନେତ୍ରୀ ବୈଶାଲୀ ଟକ୍କର ନିଜ ଘରେ ଆତ୍ମହତ୍ୟା କରିଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ଅଭିନେତ୍ରୀ ଇନ୍ଦୋରରେ ନିଜ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଅଭିନେତ୍ରୀଙ୍କ ମୃତଦେହ ପାଖରୁ ଏକ ସୁୁଇସାଇଡ ନୋଟ ଜବତ ହୋଇଥିବା ବେଳେ ଏବେ ଏହା ଭିତରେ ଲେଖାଥିବା କଥା ସାମ୍ନାକୁ ଆସିଛି। ବୈଶାଲୀ ଆତ୍ମହତ୍ୟା କାହିଁକି କଲେ, ଏହାର କାରଣ ସେ ସୁୁଇସାଇଡ ନୋଟରେ ଲେଖିଥିବା ସାମ୍ନାକୁ ଆସିଛି।

ଏଏନଆଇ ରିପୋର୍ଟ ଅନୁଯାୟୀ, ବୈଶାଲୀ ନିଜ ସୁୁଇସାଇଡ ନୋଟରେ ଲେଖିଛଡ଼୍ତି ଯେ, କିଛି ଦିନ ଧରି ‌ସେ ଚାପଗ୍ରସ୍ତ ଥିଲେ। ତାଙ୍କ ପୂର୍ବ ପ୍ରେମିକ ତାଙ୍କୁ ହଇରାଣ କରୁଥିବା ସେ ସୁଇସାଇଡ ନୋଟରେ ଲେଖିଛନ୍ତି। ତେବେ ସେ ପୂର୍ବ ପ୍ରେମିକଜଣକ କିଏ? ତାହା ଲେଖିନଥିବା ବେଳେ ପୂର୍ବ ପ୍ରେମିକଜଣକ ଡାକ୍ତର ଅଭିନନ୍ଦନ ହୋଇଥାଇପାରନ୍ତି ବୋଲି ସନ୍ଦେହ କରୁଛି ପୁଲିସ।

ସୂଚନା ମୁତାବକ, ବୈଶାଲୀଙ୍କର କେନିଆର ସର୍ଜନ ଅଭିନନ୍ଦନ ସିଂଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଦୁହିଁଙ୍କର ନିର୍ବନ୍ଧ ଏପ୍ରିଲ ୨୦୨୧ରେ ହୋଇଥିବା ବେଳେ ସେହି ବର୍ଷ ଜୁନରେ ଦୁହେଁ ବିବାହ କରିଥାନ୍ତେ। ହେଲେ ନିର୍ବନ୍ଧର କିଛି ଦିନ ପରେ ବୈଶାଲୀ ଅଭିନନ୍ଦନଙ୍କୁ ବିବାହ କରୁନଥିବା ସ୍ପଷ୍ଟ କରିଥିଲେ। ସୋସିଆଲ ମିଡିଆରେ ସକ୍ରିୟ ରହିଥିଲେ ବି ସେ ତାଙ୍କ ପ୍ରେମିକଙ୍କୁ ନେଇ କିଛି ବି ପୋଷ୍ଟ କରିବା ବନ୍ଦ କରିଦେଇଥିଲେ। ଏହାକୁ ଦେଖି ଦୁହିଁଙ୍କ ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।

ବୈଶାଲୀ ଅନେକ ଲୋକପ୍ରିୟ ଧାରାବାହିକରେ କାମ କରିଥିଲେ। ୨୦୧୫ ମସିହାରେ ସେ ଟିଭିର ସବୁଠାରୁ ଲୋକପ୍ରିୟ ସୋ’ ‘ୟେ ରିସ୍ତା କ୍ୟା କେହଲାତା ହେ’ ସହିତ ବୈଶାଲୀ ତାଙ୍କର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ସେ ଏହି ସୋ’ରେ ସଞ୍ଜନା ଭୂମିକାରେ ଅଭିନୟ କରିଥିଲେ। ଏହା ପରେ ‘ସସୁରାଲ ସିମର କା’ରେ ଅଞ୍ଜାଲୀ ଭରଦ୍ୱାଜ, ‘ସୁପର ସିଷ୍ଟର’ରେ ଶିବାନୀ ଶର୍ମା, ‘ବିଷ୍ ୟା ଅମ୍ରିତ’ରେ ନେତ୍ରା ସିଂ ରାଠୋର ଏବଂ ‘ମନମୋହିନୀରେ-୨’ରେ ଅନନ୍ୟା ମିଶ୍ରାଙ୍କ ଭୂମିକାରେ ଅଭିନୟ କରିଥିଲେ ବୈଶାଲୀ।

ସମ୍ବନ୍ଧିତ ଖବର