ଖୁବ୍‌ ଶୀଘ୍ର ବାପା ବନି ପାରନ୍ତି ବିରାଟ, ହୋଇପାରେ ଛୋଟ କୋହଲି/ବେବି ଅନୁଷ୍କା!

ନୂଆଦିଲ୍ଲୀ: ବାପା ବନି ପାରନ୍ତ ବିରାଟି, ହୋଇପାରେ ତାଙ୍କର ଛୋଟ କୋହଲି ନହେଲେ ବେବି ଅନୁଷ୍କା ! ଏହି କଥା ଆମେ ନୁହେଁ ତାଙ୍କ ପ୍ରଶଂସକମାନେ ଟୁଇଟର ଜରିଆରେ କହୁଛନ୍ତି। ଘଟଣାଟି ହେଉଛି ଏପରି, ଚର୍ଚ୍ଚିତ କପୁଲ କହିଲେ ଏବେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ନାମ ଆସିଥାଏ। ନିକଟରେ ବିରାଟ ଏକ ଟୁଇଟ କରିଛନ୍ତି। ଯେଉଁଥିରେ ସେ ଲେଖିଛି କିଛି ଆଖପାଖକୁ ଆସୁଛି, ଖୁବ୍‌ ଶୀଘ୍ର ମୁଁ ଏ ସମ୍ପର୍କରେ ଆପଣଙ୍କୁ ଜଣାଇବି। ଏହି ଟୁଇଟରେ କିଛି ସ୍ପଷ୍ଟ କରି ନଥିଲେ ସେ। କିନ୍ତୁ ଏହି ଟୁଇଟକୁ ନେଇ ତାଙ୍କ ପ୍ରଶଂସକମାନେ ଅନୁମାନ କରୁଛନ୍ତି କି ଖୁବ୍‌ ଶୀଘ୍ର ବୋଧ ହୁଏ ବିରାଟ ବାପା ହେବାର ଖୁସି ସମସ୍ତଙ୍କ ସହିତ ସେୟାର କରିବେ। ଏହାପରେ ଟୁଇଟରରେ ବିରାଟଙ୍କ ପାଖକୁ ଶୁଭେଚ୍ଛା ବାର୍ତ୍ତାର ଧାଡ଼ି ବାନ୍ଧି ଥିଲା। ବିରାଟ ଏହି ଟୁଇଟରକୁ ନେଇ କୌଣସି ଉତ୍ତର ଦେଇ ନାହାନ୍ତି। ଆର୍ଥାତ୍‌ ଏଯାବତ୍‌ ମଧ୍ୟ ବିରାଟଙ୍କ ଏହି ଟୁଇଟର ରହସ୍ୟ ଘେରରେ ରହିଛି।

ନିକଟରେ ବିରାଟ କୋହଲି ଅନୁଷ୍କାଙ୍କ ସହିତ ରୋମାଣ୍ଟିକ୍‌ ଫଟୋ ସେୟାର କରିଥିଲେ। ଏହି ଫଟୋରେ ଦୁହିଁଙ୍କ ଚେହେରା ସ୍ପଷ୍ଟ ଭାବେ ଦେଖା ଯାଉ ନଥିଲା। କିନ୍ତୁ ଦୁହିଁଙ୍କ ମଧ୍ୟରେ ଥିବା ଭଲ ପାଇବା ବାରି ହୋଇପଡ଼ୁଥିଲା। ଏହା ବି ସ୍ପଷ୍ଟ ନୁହେଁ କି ବିରାଟ ଓ ଅନୁଷ୍କାଙ୍କ ଏହି ଫଟୋଟି ଏବେର ନା ପୂର୍ବର। ଏହି ଫଟୋକୁ ବିରାଟ ସୋସିଆଲ ସାଇଟ୍‌ରେ ସେୟାର କରି ‘ମାଇ ଓ୍ଵାନ୍‌ ଆଣ୍ଡ ଓନ୍‌ଲି’ ବୋଲି ଲେଖିଥିଲେ।

 

ସମ୍ବନ୍ଧିତ ଖବର