ସିନେମା ରିଲିଜକୁ ଅଳ୍ପଦିନ ବାକିଥିବା ବେଳେ ୱାଘା ସୀମାରେ ପହଞ୍ଚି ଏଭଳି ନାରା ଦେଲେ ସନ୍ନି

ମୁମ୍ବାଇ: ଗଦର-୨ ପାଇଁ ସପ୍ତାହେ ହେଲା ଅଗ୍ରିମ ଟିକଟ ବୁକିଂ ଚାଲିଥିବା ବେଳେ ଗତ ରବିବାର ଦିନ ୧୧ଟା ସୁଦ୍ଧା କେବଳ ଓପନିଂ ଦିବସ ପାଇଁ ପ୍ରାୟ ୪୫,୦୦୦ ଟିକଟ ବିକ୍ରି ହୋଇଯାଇଛି। ଖୁବ୍‌ଶୀଘ୍ର ଏହା ୫୦,୦୦୦ ଟପିବ ଏବଂ ଗୁରୁବାର ରାତି ସୁଦ୍ଧା ଅଗ୍ରିମ ବୁକିଂର ଅନ୍ତିମ ଦିବସରେ ୨ ଲକ୍ଷରୁ ଅଧିକ ଟିକଟ ବିକ୍ରି ହୋଇ ସାରିଥିବ ବୋଲି ଆଶା କରାଯାଉଛି।

ଗଦର-୨ ଚଳଚ୍ଚିତ୍ରରେ ସନ୍ନି ଦେଓଲ, ଅମିଷା ପଟେଲ ଓ ଉତ୍କର୍ଷ ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବେଳେ ଏହା ଅଗଷ୍ଟ ୧୧ରେ ଭାରତୀୟ ବକ୍ସ ଅଫିସ୍‌ରେ ଓଏମ୍‌ଜି-୨ ସହ ଏକାଦିନରେ ମୁକ୍ତିଲାଭ କରିବାକୁ ଯାଉଛି।

ଏହି କ୍ରମରେ ସିନେମା ପ୍ରମ‌ୋସନକୁ ନେଇ ସନ୍ନି ଓରଫ ତାରା ସିଂହ ଏବଂ ଅମିଷା ପଟେଲ ଓରଫ ସକିନା ଖୁବ ବ୍ୟସ୍ତ ଥିବା ଜଣାପଡ଼ିଛି। ଏଦୁହେଁ ଦେଶର ବିଭିନ୍ନ ସ୍ଥାନକୁ ଯାଇ ସେମାନଙ୍କ ସିନେମା ପ୍ରମ‌ୋସନ କରୁଛନ୍ତି। ଏହି କ୍ରମରେ ସନ୍ନି ଓ ଅମିଷା ୱାଘା ସୀମାରେ ପହଞ୍ଚି ଯବା‌ନମାନଙ୍କୁ ଭେଟି ସିନେମାକୁ ପ୍ରୋତ୍ସାହିତ କରିଥିଲେ। ଏଥିସହିତ ସନ୍ନି ସେଠାରେ ନାରା ଦେଇ କହିଥିଲେ, ‘ହିନ୍ଦୁସ୍ତାନ ଜିନ୍ଦାବାଦ.. ଜିନ୍ଦାବାଦ…, ହିନ୍ଦୁସ୍ତାନ ଜିନ୍ଦାବାଦ ଥିଲା ଓ ରହିବ ମଧ୍ୟ’।

 

ୱାଘା ସୀମାରେ ସନ୍ନି ଓ ଅମିଷା ପହଞ୍ଚି ସେମାନଙ୍କ ସିନେମାକୁ ପ୍ରମୋସନ କରୁଥିବାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ବି ହୋଇଛି। ଯାହାକୁ ଦର୍ଶକ ବେଶ ପସନ୍ଦ ବି କରୁଛନ୍ତି।

ସମ୍ବନ୍ଧିତ ଖବର