ଚିନ୍ତା ବଢ଼ାଇଲା ଆନ୍ନାଡିଏମ୍‌କେ

କାବେରି ପାଇଁ ହଟ୍ଟଗୋଳ, ୨୪ ସସପେଣ୍ଡ

ନୂଆଦିଲ୍ଲୀ : ଲୋକସଭାରେ ଆଜି ଅଭାବନୀୟ ପରିସ୍ଥିିତି ଦେଖିବାକୁ ମିଳିଥିଲା। ରାଫେଲ ପ୍ରସଙ୍ଗରେ ଗୃହରେ ସରଗରମ ଆଲୋଚନା ଚାଲିଥିବା ବେଳେ ବିଜେପିର ସହଯୋଗୀ ହେବାକୁ ଯାଉଥିବା ଆନ୍ନାଡିଏମକେ ସଭ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। କେନ୍ଦ୍ରରେ ବିଜେପି ସରକାର ବିରୋଧରେ ସ୍ଲୋଗାନ ଦେଉଥିଲେ। ଏହି ହଟ୍ଟଗୋଳରେ ମଧ୍ୟ ସାମିଲ ହୋଇଥିଲେ ଉପବାଚସ୍ପତି ତଥା ଆନ୍ନାଡିଏମକେ ସଭ୍ୟ ଥମ୍ବିଦୁରାଇ। ବାରମ୍ବାର ତାଗିଦ ସତ୍ତ୍ବେ ସେମାନେ ହଟ୍ଟଗୋଳ ଜାରି ରଖିବାରୁ ବାଚସ୍ପତି ସୁମିତ୍ରା ମହାଜନ ବିରକ୍ତି ପ୍ରକାଶ କରିବା ସହିତ ୨୪ ଜଣଙ୍କୁ ୫ ଦିନ ପାଇଁ ସସପେଣ୍ଡ କରିଛନ୍ତି।

ଆନ୍ନାଡିଏ‌ମକେ ସଭ୍ୟଙ୍କ ହଟ୍ଟଗୋଳର ମୁଖ୍ୟ କାରଣ ହେଲା କାବେରି ବିବାଦ। କର୍ଣ୍ଣାଟକ ସରକାର କାବେରି ନଦୀର ମେକେଡାଟୁ‌େର ଏକ ବନ୍ଧ ନିର୍ମାଣ କରୁଛନ୍ତି। ଏହି ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ପ୍ରକଳ୍ପ ଯୋଗୁଁ ତାମିଲନାଡ଼ୁ କ୍ଷତିଗ୍ରସ୍ତ ହେବ। ରାଜ୍ୟ ସରକାରଙ୍କର ଅନୁରୋଧ ସତ୍ତ୍ବେ କେନ୍ଦ୍ର ଏହି ପ୍ରକଳ୍ପକୁ ଅଟକାଉ ନାହିଁ। ସଭ୍ୟମାନଙ୍କର ଅଭିଯୋଗ ହେଲା ଯେ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି କେନ୍ଦ୍ର ଏଭଳି ନିଷ୍ପତ୍ତି ନେଇଛି। କର୍ଣ୍ଣାଟକରେ ଅଧିକ ଆସନ ହାସଲ କରିବା ଲୋଭରେ କେନ୍ଦ୍ରରେ ମୋଦୀ ସରକାର ତାମିଲନାଡ଼ୁକୁ ବଳି ପକାଉଛନ୍ତି।

ବାଚସ୍ପତି ମହାଜନ ସେମାନଙ୍କୁ ସସପେଣ୍ଡ କରିବା ପରେ ସଭ୍ୟମାନେ ଗୃହ ବ‌ାହାରକୁ ଆସି କେନ୍ଦ୍ର ସରକାର ବିରୋଧରେ ସ୍ଲେଗାନ ଦେଇଥି‌େଲ। ଲୋକସଭାରେ ଆନ୍ନାଡିଏମକେର ୩୭ ଜଣ ସଭ୍ୟ ଅଛନ୍ତି।

ରାଜ୍ୟସଭାରେ ମଧ୍ୟ ଆନ୍ନାଏଡିଏମ୍‌କେ ଏବଂ ଡିଏମ୍‌କେ ସଭ୍ୟମାନେ କାବେରି ନଦୀରେ ବନ୍ଧ ନିର୍ମାଣକୁ ବିରୋଧ କରି ହଟ୍ଟଗୋଳ ସୃଷ୍ଟି କରିଥିଲେ। ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଆନ୍ନାଡିଏମ୍‌‌କେର ୮ ଜଣ ଓ ଡିଏମ୍‌କେର ୪ ଜଣ ସଦସ୍ୟଙ୍କ ନାମ ଘୋଷଣା କରି ସେମାନେ ଦିନକ ପାଇଁ ଗୃହକାର୍ଯ୍ୟରେ ଭାଗନେଇ ପାରିବେ ନାହିଁ ବୋଲି କହିଥିଲେ। ହଟ୍ଟଗୋଳ ଅବ୍ୟାହତ ରହିବାରୁ ଶେଷ‌େର ଅଧ୍ୟକ୍ଷ ଗୃହକୁ ଆଜି ଦିନକ ପାଇଁ ମୁଲତବୀ କରିଦେଇଥିଲେ।

ସୂଚନାଯୋଗ୍ୟ, ଆସନ୍ତା ଲୋକସଭା ନିର୍ବାଚନରେ ଆନ୍ନାଡିଏମକେ ସହ ମେଣ୍ଟ କରିବାକୁ ଯୋଜନା କରୁଥିବା ବିଜେପି ପାଇଁ ଆଜିର ଘଟଣା ଚିନ୍ତାର କାରଣ ହୋଇଛି।

ସମ୍ବନ୍ଧିତ ଖବର