କିଷାନ କ˚ଗ୍ରେସ ଘୋଷଣା କଲା ରାଜ୍ୟ କର୍ମକର୍ତା ଓ ଜିଲ୍ଲା ସଭାପତି

ଭୁବନେଶ୍ବର : ରାଜ୍ୟରେ କ˚ଗ୍ରେସ କିଷାନ କ˚ଗ୍ରେସ ସ˚ଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ଼ ଓ ଅଧିକ କ୍ରିୟାଶୀଳ କରିବା ପାଇଁ ରାଜ୍ୟ କମିଟିର କର୍ମକର୍ତାମାନଙ୍କ ସହିତ ଜିଲ୍ଲା ସଭାପତି ଓ ସଂପାଦକମାନଙ୍କ ନାମ ଘୋଷଣା କରାଯାଇଛି। କିଷାନ କଗ୍ରେସର ରାଜ୍ୟ କମିଟିରେ ସୁଧୀର ପରିଚ୍ଛା, ଦେବୀପ୍ରସନ୍ନ ଚାନ୍ଦ, ଶଶିଭୂଷଣ ପାତ୍ର-କାର୍ଯ୍ୟକାରୀ ସଭାପତି ଥିବା ବେଳେ ମହେନ୍ଦ୍ର ପରିଡ଼ା, ଡି.ଗଡ଼ତିଆ, ପ୍ରେମାନନ୍ଦ ସ୍ବାଇଁ, ହେମନ୍ତ କୁମାର କର, ସୁଭାଷ ରାଉତଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି।

ଆଜି ଏକ ପ୍ରେସ ବିବୃତି ଯୋଗେ ପ୍ରଦେଶ କିଷାନ କ˚ଗ୍ରେସ ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ କର୍ମକର୍ତାମାନଙ୍କ ନାମ ପ୍ରକାଶ କରିଛନ୍ତି। କିଷାନ କଗ୍ରେସର ରାଜ୍ୟ କମିଟିରେ କାର୍ଯ୍ୟକାରୀ ସଭାପତି ଓ ଉପାଧ୍ୟକ୍ଷଙ୍କ ବ୍ୟତୀତ ୧୨ଜଣ ସାଧାରଣ ସମ୍ପାଦକ, ୧୨ଜଣ ସମ୍ପାଦକଙ୍କୁ ନିଯୁକ୍ତି କରାଯାଇଛି। ସେହିପରି ଜିଲ୍ଲା ସଭାପତି ଭାବେ ଅନୁଗୁଳ ଜିଲ୍ଲାର ଉମେଶ ଚନ୍ଦ୍ର ସାହୁ, ବାଲେଶ୍ବର-ନିରଞ୍ଜନ ବେହେରା, ଭଦ୍ରକ-ନରନାରାୟଣ ଜେନା, ମୟୂରଭଞ୍ଜ-ଘନଶ୍ୟାମ ନନ୍ଦ ବ୍ରହ୍ମଚାରୀ, କେନ୍ଦୁଝର-ସେକ୍‌ ମୋବିନ୍‌, ଯାଜପୁର-ବିଜୟ କୁମାର ସ୍ବାଇଁ, କେନ୍ଦ୍ରାପଡ଼ା-ରାଜକିଶୋର ପ୍ରଧାନ, ଜଗତସି˚ହପୁର-ନିତ୍ୟାନନ୍ଦ ପଣ୍ତା, ଢେଙ୍କାନାଳ-ସୁଧାକର ସାହୁ, କଳାହାଣ୍ତି-ସଚ୍ଚିଦାନନ୍ଦ ମହାକୁଡ଼, ଝାରସୁଗୁଡ଼ା-ଜଗନ୍ନାଥ ଜେନା, ସୁନ୍ଦରଗଡ଼-ଅମିତ କୁମାର ପଟେଲ, ସମ୍ବଲପୁର-ଗୋବିନ୍ଦ ଚନ୍ଦ୍ର ମିଶ୍ର, ବରଗଡ଼-ଦୟା ସାଗର ମେଣ୍ତଲୀ, ବଲାଙ୍ଗୀର-ଯତି ପ୍ରଧାନ, ସୁବର୍ଣ୍ଣପୁର-ସ୍ବପ୍ନେଶ୍ବର ପୃଷ୍ଟି, ଦେବଗଡ଼-ସନ୍ତୋଷ କୁମାର ସାହୁ, ନୂଆପଡ଼ା-ହେମନ୍ତ ଦାସ ମାଣିକପୁରୀ, ରାୟଗଡ଼ା -କେ. ଦେବେନ୍ଦ୍ର କୁମାର ରାଓ, ନବରଙ୍ଗପୁର-ଗଣେଶ୍ବର ତ୍ରିପାଠୀ, କୋରାପୁଟ-କୃଷ୍ଣଚନ୍ଦ୍ର ନେପାକ, ମାଲକାନଗିରି-ସୌମ୍ୟରଞ୍ଜନ ପାଣିଗ୍ରାହୀ, ଗଜପତି-ଏସ୍‌. ଗଜପତି ରାଓ, ଗଞ୍ଜାମ-ବୃନ୍ଦାବନ ଖଟେଇ, କନ୍ଧମାଳ-ପ୍ରଫୁଲ୍ଲ କୁମାର ଦାଶ, ନୟାଗଡ଼-ବସନ୍ତ କୁମାର ମହାରଣା, ଖୋର୍ଧା-ରମେଶ ଚନ୍ଦ୍ର ବିଶ୍ବାଳ, ପୁରୀ-ପ୍ରଦୀପ୍ତ କୁମାର ସାମନ୍ତରାୟ, ବୌଦ୍ଧ-ରଘୁନାଥ ପଲିଆଙ୍କୁ ସଭାପତି ଓ କଟକ-ସଦାନନ୍ଦ ଓଝାଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ପୁନଃ ନିଯୁକ୍ତି କରାଯାଇଛି। ରାଜ୍ୟର ପ୍ରତି ଜିଲ୍ଲାରୁ ବଛା ବଛା ଅଭିଜ୍ଞ ଚାଷୀମାନଙ୍କୁ ନେଇ ରାଜ୍ୟସ୍ତରରେ ଏକ ଚାଷୀ ପରାମର୍ଶ ଉପଦେଷ୍ଟା କମିଟି ଗଠନ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର