ଉତ୍ତର ଭାରତରେ ଝଡ଼ବର୍ଷା, ୩୧ ମୃତ

ନୂଆଦିଲ୍ଲୀ: ଝଡତୋଫାନ ସହ ପ୍ରବଳ ବର୍ଷା ‌େଯାଗୁଁ ଉତ୍ତର ଭାରତରେ ୩୧ ଜଣ ପ୍ରାଣ ହରାଇଛନ୍ତି। ସେଥିମଧ୍ୟରୁ ମଧ୍ୟ ପ୍ରଦେଶରେ ୧୬, ରାଜସ୍ଥାନରେ ୬ ଏବଂ ଗୁଜରାଟରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରଧାନମନ୍ତ୍ରୀ ଜାତୀୟ ସହାୟତା ପାଣ୍ଠିରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତ ରାଶି ଘୋଷଣା କରାଯାଇଛି। ଆରବ ସାଗର ଏବଂ ବଙ୍ଗୋପ ସାଗରରେ ହୋଇଥିବା ଜଳବାୟୁ ପରିବର୍ତ୍ତନ ‌େଯାଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥବା ପ୍ରକାଶ। ଏହାର ପ୍ରଭାବରେ ଚି଼ତ୍ତୋରଗଡ, ଶ୍ରୀଗଙ୍ଗାନଗର, ଅଜମେର୍‌, କୋଟା ଏବଂ ପିଲାନି ଠାରେ ପ୍ରବଳ ଝଡ଼ତୋଫାନ ସହ ବର୍ଷା ହୋଇଛି। ଗୁଜରାଟର ଅହମଦାବାଦ, ରାଜକୋଟ, ବନସକାନ୍ଥ, ପତନ, ମେହସନା, ସାବରକାନ୍ଥ ଏବଂ ଆନନ୍ଦ ପ୍ରଭାବିତ ହୋଇଥିବା ପ୍ରକାଶ।

ସମ୍ବନ୍ଧିତ ଖବର