ଚୀନ ସମୁଦ୍ର ତଳୁ ମିଳିଲା ୫୦୦ ବର୍ଷ ପୁରୁଣା ଜାହାଜ, ମିଳିଲା ବିପୁଳ ସମ୍ପତ୍ତି

ବେଜିଂ : ଦକ୍ଷିଣ ଚୀନ ସାଗରରୁ ମିଳିଥିବା ଦୁଇଟି ଜାହାଜର ଅବଶେଷ ମିଳିଛି । ସେଗୁଡ଼ିକ ୫୦୦ ବର୍ଷ ପୁରୁଣା ମିଙ୍ଗ ରାଜବଂଶ ଅମଳର ବୋଲି ଅନୁମାନ କରାଯାଉଛି । ଏଥିରୁ ଚୀନର ପ୍ରତ୍ନତତ୍ତ୍ୱବିତ୍ମାନେ ପୁରୁଣା ସିଲ୍କ ରୋଡ୍ ବାଣିଜ୍ୟ ମାର୍ଗ ବିଷୟରେ ସୂଚନା ପାଇବାକୁ ଉଦ୍ୟମ କରୁଛନ୍ତି ।

ଦକ୍ଷିଣ ଚୀନ ସାଗରର ଉତ୍ତର-ପଶ୍ଚିମ ଉପକୂଳରେ ସମୁଦ୍ର ପତନଠାରୁ ୧ ମାଇଲ ତଳେ ଏହିଦୁଇଟି ଜାହାଜର ଅବଶେଷ ମିଳିଥିଲା। ଚାଇନିଜ୍ ଏକାଡେମୀ ଅଫ୍ ସୋସିଆଲ ସାଇନ୍ସର ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍କିଓଲୋଜି ଜରିଆରେ ଏସବୁ ଜାହାଜ ଉପରେ ଗବେଷଣା ଚାଲିଛି । ଏହି ଦୁଇଟି ଜାହାଜରେ ଥିବା ସବୁ ସାମଗ୍ରୀକୁ ଠାବ କରିବାକୁ ପ୍ରାୟ ୧ ବର୍ଷ ଲାଗିଯିବ ବୋଲି ଅନୁମାନ କରାଯାଉଛି ।

ମିଙ୍ଗ ସାମ୍ରାଜ୍ୟ ସମୟରେ ରେଶମ ମାର୍ଗରେ ଆମଦାନୀ-ରପ୍ତାନି ପାଇଁ ବ୍ୟବହାର କରାଯାଉଥିବା ଏହି ଜାହାଜଗୁଡ଼ିକରେ ସୁନାରୁପା, ହଜାର ହଜାର କାଠ, ଧାତୁ ଓ ଅନ୍ୟାନ୍ୟ ସାମଗ୍ରୀ ମିଳିଛି  । ଜାହାଜରୁ ମିଳିଥିବା ଅବଶେଷ ମଧ୍ୟରୁ ଗୋଟିଏ ମିଙ୍ଗ ରାଜବଂଶ  ସମୟର, ଯାହା ୧୪୮୮ରୁ ୧୫୦୫ ପର୍ଯ୍ୟନ୍ତ ରହିଥିଲା । ଏହି ସ୍ଥାନରେ ବିଶେଷଜ୍ଞମାନେ କାଠ ଗଦା ଓ କିଛି ମାଟିପାତ୍ର ଦେଖିବାକୁ ପାଇଛନ୍ତି। ସମସ୍ତ କାଠ ସମାନ ଆକାରର ଥିଲା ଏବଂ ଭଲ ଭାବରେ ଗଚ୍ଛିତ ଥିଲା । ଅନ୍ୟଟି ୧୫୦୬ରୁ ୧୫୨୧   ସମୟର ବୋଲି ଅନୁମାନ କରାଯାଉଛି ବୋଲି ପ୍ରତ୍ନତତ୍ତ୍ୱବିତ୍ମାନେ କହିଛନ୍ତି। ଏହି ଜାହାଜରେ ବି ଅନେକ ମୂଲ୍ୟବାନ ସାମଗ୍ରୀ ମିଳିଛି । ଏହାର ଏକ ଫଟୋରେ ବାଲି ଓ କାଦୁଅ ତଳେ ସୁନାରୁପା, ମୂଲ୍ୟବାନ ସାମଗ୍ରୀ, ଖାଦ୍ୟ ପାତ୍ର, ଜଟିଳ ଡିଜାଇନ୍ ଥିବା ପାତ୍ର ଓ ଜାର ଆଦି ମିଳିଛି ।

ସମ୍ବନ୍ଧିତ ଖବର