ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ମହୋତ୍ସବରେ ସ୍ନାନ କଲେ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର: ଗୁଆଝରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ମହୋତ୍ସବରେ ଜଟଣୀ ବିଧାୟକ ସୁର ରାଉତ ରାୟ ସ୍ନାନ କରିଛନ୍ତି। ମହାପ୍ରଭୁଙ୍କ ରିତିନୀତି ୫୫ବର୍ଷ ଧରି ଚାଲି ଆସିଛି। ଲିଙ୍ଗରାଜ ମନ୍ଦିରରୁ ବରଯାତ୍ରୀ ବାହାରି ଗୁଆଝରରେ ଚନ୍ଦନ ଲଗେଇ ଏଠି ସ୍ନାନ କରନ୍ତି। ଏହାପରେ କେଦାର ଗୌରୀ ମନ୍ଦିରରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଆସନ୍ତାକାଲି (ଗୁରୁବାର) କେଦାର ଗୌରୀ ମନ୍ଦିରରୁ ୫୨ ପ୍ରକାର ବାଦ୍ୟ ଓ ବିଶାଳ ଶୌଭାଯାତ୍ରାରେ ବାହାରି ଲିଙ୍ଗରାଜ ମନ୍ଦିରକୁ ଯିବେ ଏହି ବିଧି ରହିଛି ବୋଲି ବିଧାୟକ ସୁର ରାଉତରାୟ କହିଛନ୍ତି।

ସମ୍ବନ୍ଧିତ ଖବର