ସୁଟିଂ ବେଳେ ମୋ‌ତେ ଅନ୍ତଃବସ୍ତ୍ରରେ ଦେଖିବାକୁ ଚାହୁଥିବା କହିଥିଲେ ନିର୍ଦ୍ଦେଶକ: ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ସୁଟିଂ ବେଳେ ଅନ୍ତଃବସ୍ତ୍ରରେ ଦେଖିବାକୁ ଚାହୁଥିବା କହିଥିଲେ ନିର୍ଦ୍ଦେଶକ। ପୂର୍ବରୁ ପ୍ରିୟଙ୍କା ଚୋପ୍ରା ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ଅନେକ ବଡ଼ ଖୁଲାସା କରିସାରିଥିବା ବେ‌ଳେ ଏବେ ଏଭଳି କହିଛନ୍ତି ଅଭିନେତ୍ରୀ। ପ୍ରିୟଙ୍କା ଚୋପ୍ରା ନିକଟରେ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେ ଜଣେ ନିର୍ଦ୍ଦେଶକ ତାଙ୍କୁ ଅନ୍ତଃବସ୍ତ୍ରରେ ଦେଖିବାକୁ ଚାହୁଁଥିଲେ।

ପ୍ରିୟଙ୍କା ଚୋପ୍ରା ‘ଦି ଜୋ ରିପୋର୍ଟ’କୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେ ‘ମୁଁ ଏକ ଫିଲ୍ମରେ ଜଣେ ଅଣ୍ଡରକଭର ଏଜେଣ୍ଟ ଭୂମିକାରେ ଅଭିନୟ କରୁଥିଲି। ଗୋଟିଏ ଦୃଶ୍ୟରେ, ମୋତେ ଜଣେ ବ୍ୟକ୍ତିଙ୍କୁ ମୋ ଆଡ଼କୁ ଆକର୍ଷିତ କରିବାର ଥିଲା। ଏହି ଦୃଶ୍ୟ ପାଇଁ ମୋତେ ଗୋଟିଏ ପରେ ଗୋଟିଏ ପୋଷାକ କାଢ଼ିବାକୁ କୁହାଯାଇଥିଲା। ଏହି କାରଣରୁ ମୁଁ ଏହି ଦୃଶ୍ୟ ପାଇଁ ଅଧିକ ପୋଷାକ ପିନ୍ଧିବାକୁ ଚାହୁଁଥିଲି। ହେଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ କହିଥିଲେ, ‘ମୁଁ ତୁମକୁ ଅନ୍ତଃବସ୍ତ୍ରରେ ଦେଖିବାକୁ ଚାହେଁ, ନଚେତ୍ କାହିଁକି କେହି ଏହି ଫିଲ୍ମ ଦେଖିବାକୁ ଆସିବେ?’ ଏହା ସିଧାସଳଖ ନୁହେଁ, ବରଂ ମୋ ସାମ୍ନାରେ ଥିବା ମୋ ଷ୍ଟାଇଲିଷ୍ଟଙ୍କୁ ସେ କହିଥିଲେ। ଏହା ଶୁଣି ମୁଁ ସେତେବେଳେ ଅନୁଭବ କଲି ଯେ ମୋ କଳାର କୌଣସି ମୂଲ୍ୟ ନାହିଁ। ଏହା ପରେ ଦୁଇ ଦିନ କାମ କରି ମୁଁ ଫିଲ୍ମରୁ ବାହାରି ଆସିଥିଲି ଏବଂ ମୋତେ ମିଳିଥିବା ଟଙ୍କା ଫେରସ୍ତ କରିଥିଲି।

ତାଙ୍କର ଏଭଳି ବୟାନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ‌ପ୍ରିୟାଙ୍କାଙ୍କୁ ଏଭଳି କରିବାକୁ କହିଥିବା ନିର୍ଦ୍ଦେଶକଜଣକ କିଏ, ତାହା ସାମ୍ନାକୁ ଆସିନାହିଁ।

ସମ୍ବନ୍ଧିତ ଖବର