୮୫% ପେଟିଏମ୍ ଗ୍ରାହକଙ୍କର ହେବନି କିଛି ଅସୁବିଧା

ନୂଆଦିଲ୍ଲୀ: ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟ ଯୋଗୁଁ ୮୦ ରୁ ୮୫ ପ୍ରତିଶତ ପେଟିଏମ୍ ୱାଲେଟ୍ ଗ୍ରାହକ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ବୁଧବାର ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି କଥା କହିଛନ୍ତି। ଅବଶିଷ୍ଟ ଗ୍ରାହକଙ୍କୁ ସେମାନଙ୍କ ଆପ୍ ଅନ୍ୟ ବ୍ୟାଙ୍କ ସହିତ ଲିଙ୍କ୍ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ଜାନୁଆରୀ ୩୧ ରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍ (ପିପିବିଏଲ୍) କୁ କୌଣସି ଗ୍ରାହକଙ୍କ ଆକାଉଣ୍ଟରେ ଜମା, କ୍ରେଡିଟ୍ କାରବାର କିମ୍ବା ଟପ୍ ଅପ୍ ଗ୍ରହଣ କରିବାକୁ ବାରଣ କରିଥିଲା। ବ୍ୟାଙ୍କଗୁଡିକ ସହିତ ଲିଙ୍କ୍ କରିବାର ସମୟସୀମା ମାର୍ଚ୍ଚ ୧୫ ଭାବରେ ସ୍ଥିର କରାଯାଇଛି | ସେ କହିଛନ୍ତି ଯେ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଦିଆଯାଇଥିବା ସମୟ ଯଥେଷ୍ଟ ଏବଂ ଏହାକୁ ଆଗକୁ ବଢ଼ାଇବାର କୌଣସି ଆବଶ୍ୟକତା ନାହିଁ। ଆରବିଆଇର ପଦକ୍ଷେପ ଦ୍ବାରା ଅଧିକ ସଂଖ୍ୟକ ଗ୍ରାହକଙ୍କର କିଛି ସମସ୍ୟା ହେବ ନାହିଁ। ‌‌ ଅଳ୍ପ ସଂଖ୍ୟକ ଗ୍ରାହକ ଅନ୍ୟ ବ୍ୟାଙ୍କ ସ ସେମାନଙ୍କର ୱାଲେଟ ସଂଯୋଗ କରି ପାରିବେ।

ସେ କହିଛନ୍ତି ଯେ ଆରବିଆଇ ଏକ ନିୟନ୍ତ୍ରିତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ଯାହା ଏହି ମାମଲାରେ ପିପିବିଏଲ ଅଟେ ଏବଂ ଫିଣ୍ଟେକ୍ କମ୍ପାନୀଗୁଡିକ ବିରୋଧରେ ଏଥିରେ କିଛି ନାହିଁ। ଏକ ସାକ୍ଷାତକାର ସମୟରେ ସେ କହିଛନ୍ତି ଆର୍ଥିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆରବିଆଇ ନୂତନତ୍ୱକୁ ସମର୍ଥନ କରେ। ଆରବିଆଇ ଫିଣ୍ଟେକ୍କୁ ସମ୍ପୂର୍ଣ୍ଣ ସମର୍ଥନ କରେ ଏବଂ ଏହା ଜାରି ରଖିବ।

ସମ୍ବନ୍ଧିତ ଖବର