ଭୋଜି ଖାଇ ଗୋଟିଏ ପରିବାରର ଜଣେ ମୃତ, ୪ ଗୁରୁତର

ମାଲକାନଗିରି: ମାଥିଲି ବ୍ଲକରେ ଅଭାବନୀୟ ଘଟଣା ଘଟିଛି। ମଙ୍ଗଳବାର ଦିନ ଭୋଜି ଖାଇ ଗୋଟିଏ ପରିବାରର ଜଣକର ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଘଟଣା ଅନୁଯାୟୀ ମାଥିଲି ବ୍ଲକର ଚାଉଳମେନ୍ଦି ପଞ୍ଚାୟତର ବନ୍ଧଗୁଡା ଗ୍ରାମର ମା’ ଧନ ନାଲି ସହ ତାଂକର ଚାରି ଶିଶୁ ଏକ ବାହା ଘରର ଭୋଜି ଖାଇବାକୁ ନୂଆଗୁଡା ଗ୍ରାମକୁ ଗତକାଲି ଯାଇଥିଲେ। ତେବେ ଭୋଜି ଖାଇ ଘରକୁ ଫେରିବା ପରେ ସେମାନେ ଅସୁସ୍ଥ ହୋଇପଡିଥିଲେ। ଧନ ନାଲିଙ୍କ ଚାରି ଶିଶୁମାନେ ହେଲେ ରାଧିକା ନାଲି, ମମତା ନାଲି, ଅଜୟ ନାଲି ଏବଂ ମାଗିକା ନାଲି। ଏମାନେ ଗୁରୁତର ହେବାରୁ ପ୍ରଥମେ ମାଥିଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ତେବେ ସମସ୍ତଙ୍କ ଅବସ୍ଥା ଆହୁରି ସଂକଟାପନ୍ନ ହେବାରୁ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ମାଲକାନଗିରି ମେଡିକାଲରେ ମାଗିକା ନାଲିର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟମାନେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଅନ୍ୟ ଗୁରୁତରମାନଙ୍କ ସ୍ବାସ୍ଥ୍ୟବସ୍ଥା ଧିରେ ଧିରେ ଭଲ ହେବାକୁ ଲାଗିଥିବା ଡାକ୍ତର କହିଛନ୍ତି।

ସମ୍ବନ୍ଧିତ ଖବର