ବିସ୍ଫୋରଣରେ କୋଠା ଭୁଷୁଡି ୯ ଜଣଙ୍କ ମୃତ୍ୟୁ

ମୋସ୍କୋ: ରୁଷିଆରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ୟାସ ବିସ୍ଫୋରଣରେ ଏକ ପାଞ୍ଚ ମହଲା କୋଠା ଭୁଷୁଡି ୯ଜଣଙ୍କ ପ୍ରାଣ ଯାଇଛି। ପ୍ରଶାନ୍ତ ମହାସାଗର ଭିତରେ ଥିବା ଶାଖାଲିନ ଦ୍ବୀପରେ ଏହି ଦୁଃଖଦ ଘଟଣା ଘଟିଛି। ସେଠାକାର ଗଭର୍ଣ୍ଣର କହିଛନ୍ତି ଉକ୍ତ ଘଟଣା ପରେ ସେଠାରେ ତଦନ୍ତ ଆରମ୍ଭ ହୋଇଛି।

କିନ୍ତୁ ରୁଷିଆ ନ୍ୟୁଜ ଏଜେନ୍ସି କହିଛି ଯେ, ଗ୍ୟାସ ବିସ୍ଫୋରଣରେ ଏହି କୋଠା ଭୁଷୁଡିଛି। ଏଥିରେ ୯ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ନିଖୋଜ ଅଛନ୍ତି। ୨୦ ଲିଟିରିଆ ଏକ ଗ୍ୟାସ ସିଲିଣ୍ଡିର ଷ୍ଟୋଭକୁ ସଂଯୋଗ ହୋଇଥିଲା। ଗ୍ୟାସ ଲିକ ହେବାରୁ ସେଥିରେ ନିଆଁ ଧରି ବିସ୍ଫୋରଣ ହୋଇଛି। ଋଷିଆର ତଦନ୍ତକାରୀ ଦଳ ସେଠାରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର