ପ୍ରିମିୟମ ଇକୋନୋମି କ୍ଲାସ ଆରମ୍ଭ କରିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏହାର କେତେକ ଅନ୍ତର୍ଜାତୀୟ ବିମାନରେ ପ୍ରିମିୟମ ଇକୋନୋ‌ମି କ୍ଲାସ ସେବା ଆରମ୍ଭ କରିବ। ଆସନ୍ତାମାସରୁ ଏହା ଆରମ୍ଭ ହେବ। କମ୍ପାନିର ଏମଡି ତଥା ସିଇଓ କ୍ୟାମ୍ପବେଲ୍ ୱିଲସନ ଆଜି ଏହି ସୂଚନା ଦେଇଛନ୍ତି। ବଜାରଅଂଶ ବୃଦ୍ଧି ସହିତ ନିଜର ସ୍ଥିତିକୁ ମଝବୁତ କରିବା ପାଇଁ କମ୍ପାନି ଅନ୍ୟ କେତେକ ପଦକ୍ଷେପ ମଧ୍ୟ ନେବ। ଜେଆରଡି ଟାଟା ସ୍ମାରକୀ ଟ୍ରଷ୍ଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ୱିଲସନ ଏହା କହିଛନ୍ତି।

ସମ୍ବନ୍ଧିତ ଖବର