ହାର୍ଦ୍ଦିକଙ୍କୁ ଆପ ଦେଲା ଖୁଲମଖୁଲା ଅଫର: ଯଦି ଇଛା ନାହିଁ ଝାଡୁ ଧର

ଅହମ୍ମଦାବାଦ: କଂଗ୍ରେସରେ ନିଜର ଗୁରୁତ୍ୱ କମୁଥିବାର ଅଭିଯୋଗ କରିଥିବା ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କୁ ଖୋଲା ଅପହର ଦେଇଛି ଆମ ଆଦମୀ ପାର୍ଟି | ଆପର ଗୁଜୁରାଟ ୟୁନିଟ୍ ସଭାପତି ଗୋପାଳ ଇତାଲିଆ କହିଛନ୍ତି ଯେ କଂଗ୍ରେସରେ ଅଭିଯୋଗ କରିବା ପରିବର୍ତ୍ତେ ସେ ଆମ୍ ଆଦମୀ ପାର୍ଟିରେ ଯୋଗ ଦେବା ଉଚିତ୍। ଗୋପାଳ ଇତାଲିଆ କହିଛନ୍ତି, ‘ଯଦି ହାର୍ଦ୍ଦିକ ପଟେଲ କଂଗ୍ରେସକୁ ପସନ୍ଦ କରନ୍ତି ନାହିଁ, ତେବେ ସେ ଆପ ପରି ଏକ ବିଚାରସମ୍ପନ୍ନ ଦଳରେ ଯୋଗଦେବା ଉଚିତ୍। କଂଗ୍ରେସରେ ଅଭିଯୋଗ କରିବା ଏବଂ ସମୟ ନଷ୍ଟ କରିବା ପରିବର୍ତ୍ତେ ସେ ଯୋଗଦାନ କରିବା ଉଚିତ୍।

କଂଗ୍ରେସ ପରି ଏକ ଦଳରେ ତାଙ୍କ ପରି ଉତ୍ସର୍ଗୀକୃତ ଲୋକଙ୍କ ପାଇଁ କୌଣସି ସ୍ଥାନ ନାହିଁ’। ସୂଚନା ଥାଉ କି ଗୋଟିଏ ଦିନ ପୂର୍ବରୁ ହାର୍ଦ୍ଦିକ ପଟେଲ ଅଭିଯୋଗ କରିଥିଲେ ଯେ ଦଳର ରାଜ୍ୟ ନେତୃତ୍ୱ ତାଙ୍କୁ ହଇରାଣ କରୁଛନ୍ତି ଏବଂ ରାଜ୍ୟ କଂଗ୍ରେସ ନେତାମାନେ ସେ ଦଳ ଛାଡ଼ନ୍ତୁ ବୋଲି ଚାହୁଁଛନ୍ତି।

ସୂଚନାଯୋଗ୍ୟ ଯେ ହାର୍ଦ୍ଦିକ ପଟେଲ ରାଜ୍ୟ ନେତୃତ୍ୱ ଉପରେ ନିଜର କ୍ରୋଧ ପ୍ରକାଶ କରି କହିଥିଲେ ଯେ ତାଙ୍କୁ ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଦାୟିତ୍ୱ ଦିଆଯାଇ ନାହିଁ। ଏ ସଂକ୍ରାନ୍ତରେ ସେ ବହୁବାର କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। କେହି ତାଙ୍କ ଅଭିଯୋଗ ପ୍ରତି ଦୃଷ୍ଟି ଦେଉନାହାନ୍ତି।

ସମ୍ବନ୍ଧିତ ଖବର