‘ଦ କଶ୍ମୀର ଫାଇଲ୍ସ’ ରେକର୍ଡ ଭାଙ୍ଗିବା ପରେ ପରଦାକୁ ଆସିବାକୁ ଯାଉଛି ‘ଦ ଦିଲ୍ଲୀ ଫାଇଲ୍ସ’

ନୂଆଦିଲ୍ଲୀ: ଗତକିଛିଦିନ ହେବ ରିଲିଜ ହୋଇଥିବା ସିନେମା ‘ଦ କଶ୍ମୀର ଫାଇଲ୍ସ’ ରେକର୍ଡ ଭାଙ୍ଗି ବ୍ୟବସାୟ କରିଥିଲା। କଶ୍ମୀର ପଣ୍ଡିତଙ୍କ ସହିତ ହୋଇଥିବା ନିର୍ଯାତନାର କାହାଣୀକୁ ରୂପେଲି ପରଦାକୁ ଆଣି ଇତି ମଧ୍ୟରେ ନିର୍ଦେଶକ ବିବେକ ରଞ୍ଜନ ଅଗ୍ନିହୋତ୍ରୀ ଅନେକ ପ୍ରଶଂସା ସାଉଁଟିଛନ୍ତି। ସ୍ବଳ୍ପ ବଜେଟରେ ନିର୍ମିତ ହୋଇଥିବା ଏହି ସିନେମା ରେକର୍ଡ ବ୍ରେକର ବ୍ୟବସାୟ କରିଛି। ସିନେମାର ଏହି ସଫଳତାକୁ ଦେଖିବା ପରେ ବିବେକ ଏବେ ନିଜର ଆଉ ଏକ ନୂଆ ପ୍ରୋଜେକ୍ଟର ଘୋଷଣା କରିଛନ୍ତି।

‘ଦ କଶ୍ମୀର ଫାଇଲ୍ସ’ ପରେ ବିବେକ ‘ଦ ଦିଲ୍ଲୀ ଫାଇଲ୍ସ’ ତିଆରି କରିବେ ବୋଲି ଖବର ମିଳିଛି। ବିବେକ ଟୁଇଟ କରି ନିଜର ଏହି ନୂଆ ସିନେମାର ଶୀର୍ଷକ ସମସ୍ତଙ୍କ ସହିତ ସେୟାର କରିଛନ୍ତି। ସେ ଟୁଇଟ କରି ଲେଖିଛନ୍ତି, ମୁଁ ସେହି ସମସ୍ତ ‌ଲୋକଙ୍କୁ ଧନ୍ୟବାଦ ଦେଉଛି, ଯିଏ କଶ୍ମୀର ଫାଇଲ୍ସରେ କାାମ କରିଛନ୍ତି।  ଏହି ସିନେମା ପାଇଁ ଗତ ୪ବର୍ଷ ଧରି ଆମେ ବହୁତ ପରିଶ୍ରମ କରିଥିଲୁ। ତେବେ କଶ୍ମୀରରେ ହିନ୍ଦୁଙ୍କ ସହିତ ହୋଇଥିବା ଅତ୍ୟାଚର ଓ ଅନ୍ୟାୟ ବିଷୟରେ ଲୋକେ ଜାଣିବା ନିହାତି ଆବଶ୍ୟକ ଥିଲା। ଏବେ ସମୟ ଆସିଛି ମୋର ନୂଆ ସିନେମାକୁ ନେଇ କାମ କରିବାର।

 

ଆଗାମୀ ଟୁଇଟରେ ବିବେକ ନୂଆ ସିନେମାର ଘୋଷଣା କରି, ‘ଦ ଦିଲ୍ଲୀ ଫାଇଲ୍ସ’ ଲେଖିଛନ୍ତି। ଏହି ନୂଆ ପ୍ରୋଜେକ୍ଟର ଖବର ଲୋକଙ୍କ ପାଖରେ ପହଞ୍ଚିବା ପ‌ରେ ସେମାନଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଦେଖିବାକୁ ମିଳୁଛି। ବିବେକ ‘ଦ ଦିଲ୍ଲୀ ଫାଇଲ୍ସ’ ସିନେମାରେ କ’ଣ ନେଇ ଆସୁଛନ୍ତି ସେ ନେଇ ଦର୍ଶକ ଅପେକ୍ଷା କରି ରହିଛନ୍ତି।

ସମ୍ବନ୍ଧିତ ଖବର