ହକି ବିଶ୍ବକପ୍‌ରେ ବିଦେଶୀ ଦର୍ଶକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରକୁ କୋକେନ୍ ଆଣିଥିଲେ ରାଜସ୍ଥାନୀ ଯୁବକ!

ଭୁବନେଶ୍ବର: ଏସ୍‌ଟିଏଫ୍‌ର କୋକେନ୍ କାର ବାର ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଦିଲ୍ଲୀର ତୁର୍କମାନ ଗେଟ୍‌ରୁ କୋକେନ୍‌ର ମୁଖିଆ ଆପ୍ରେସନ କରୁଥିଲା ବୋଲି ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି। ଭୁବନେଶ୍ୱରଭର ଟାର୍ଗେଟ କଷ୍ଟମର ଥିଲେ ହକି ବିଶ୍ବକପ୍‌ର ଦର୍ଶକ। ବିଦେଶୀମାନଙ୍କର ଚାହିଦାକୁ ଦୃଷ୍ଟିରେ ରଖି ରାଜସ୍ଥାନୀ ଯୁବକ ଦ୍ବୟ ଭୁବନେଶ୍ୱରକୁ କୋକେନ୍ ଆଣିଥିଲେ ବୋଲି ସନ୍ଦେହ ହେଉଛି। କୋକେନ୍‌ର କ୍ଵାଲିଟି ଟେଷ୍ଟ ପାଇଁ ଏସ୍‌ଟିଏଫ୍‌ ନମୁନା ପଠାଇଛି । ବିଶେଷ କରି ଧନୀ ଓ ବଡ଼ ବଡ଼ କଲେଜର ସମ୍ଭ୍ରାନ୍ତ ଘରର ଛାତ୍ରଙ୍କୁ କୋକେନ୍ ଯୋଗାଇବା ଥିଲା ମୂଳ ଲକ୍ଷ୍ୟ । ଦୁଇ ଅଭିଯୁକ୍ତଙ୍କ ପାଖରୁ ସାଉଥ ଆଫ୍ରିକାର ମୁଦ୍ରା ମିଳିଥିବାରୁ ସାଉଥ ଆଫ୍ରିକା ଲିଙ୍କ ଥିବା ଏସ୍‌ଟିଏଫ୍‌ ସନ୍ଦେହ କରୁଛି। ଅଭିଯୁକ୍ତଙ୍କୁ ୫ଦିନିଆ ରିମାଣ୍ଡରେ ଆଣିବାକୁ ଏସ୍‌ଟିଏଫ୍‌ କୋର୍ଟରେ ଆବେଦନ କରିଛି। ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି ଯେ, ଦିଲୀ ତୁର୍କମାନ ଗେଟ୍‌ରୁ ଆରମ୍ଭ ହୋଇଥିଲା ଏବଂ ଏହି ଅପରେସନ କରୁଥିଲା ମାଷ୍ଟର ମାଇଣ୍ଡ ।

ସୂଚନାଯୋଗ୍ୟ, ଏସ୍‌ଟିଏଫ୍‌ ଟିମ୍‌ ପ୍ରଥମ ଥର ପାଇଁ ରାଜଧାନୀରୁ ୨୦୨ ଗ୍ରାମ ଓଜନର କୋକେନ୍‌ ଜବତ କରିବା ସହ ଦୁଇ ମାଫିଆଙ୍କୁ ଗିରଫ କରିଛି। ସେମାନେ ହେଲେ ରାଜସ୍ଥାନ ଚୁରୁ ଜିଲ୍ଲା ହାମିର୍‌ବାସ ଅଞ୍ଚଳର ରଭି ସିଂ ଓ ଝୁନ୍‌ଝୁନ୍‌ ଜିଲ୍ଲା ଖାଡଖାଡ଼ି ଅଞ୍ଚଳର ସନ୍ନି କୁମାର। ସନ୍ନି ନୂଆପଲ୍ଲୀ ଥାନା ସାଲିଆସାହି ତାରିଣୀନଗର ଅଞ୍ଚଳରେ ରୁହେ। ଜବତ କୋକେନ୍‌ର ମୂଲ୍ୟ ୨କୋଟି ଟଙ୍କାରୁ ଊର୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। ତେବେ କୋକେନ୍‌ ଜବତ ଘଟଣା ରାଜ୍ୟରେ ପ୍ରଥମ। ଏହି ଗ୍ୟାଙ୍ଗର ଚେର ରାଜଧାନୀରୁ ଦିଲ୍ଲୀ ଯାଏ ଲମ୍ବିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର