ଓମାର ଅବଦୁଳ୍ଲା ଓ ମେହେବୁବା ମୁଫ୍‌ତିଙ୍କୁ ଜେଲରେ ଭେଟିଲେ ଏନ୍‌ଏସ୍‌ଏ ଅଜିତ ଡୋଭାଲ

ଶ୍ରୀନଗର/ ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରରୁ ସମ୍ବିଧାନର ଧାରା ୩୭୦କୁ ମୋଦୀ ସରକାର ଉଚ୍ଛେଦ କରିଦେବା ପରଠାରୁ କଶ୍ମୀରରେ ଅବସ୍ଥାନ କରିବା ସହ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଥିବା ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ୍‌ ଡୋଭାଲ ଆଜି ଜମ୍ମୁ- କଶ୍ମୀରର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଳ୍ଲା ଓ ମେହେବୁବା ମୁଫ୍‌ତିଙ୍କୁ ଭେଟିବା ସହ ତାଙ୍କ ସହ ଜମ୍ମୁ- କଶ୍ମୀର ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଉଲ୍ଲେଖଯୋଗ୍ୟ, ଜମ୍ମୁ- କଶ୍ମୀରରେ କାଳେ କେନ୍ଦ୍ର ସରକାରଙ୍କର ଏନିଷ୍ପତ୍ତି ପରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ, ସେଇ ଆଶଙ୍କାରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଓମାର ଅବଦୁଳ୍ଲା ଓ ମେହେବୁବା ମୁଫ୍‌ତିଙ୍କୁ ଗିରଫ କରାଯାଇଛି ଓ ସେମାନେ ଏବେ ଜେଲରେ ଅଛନ୍ତି।

ଆଜି ଜେଲରେ ଉଭୟ ଓମାର ଅବଦୁଳ୍ଲା ଓ ମେହେବୁବା ମୁଫ୍‌ତିଙ୍କୁ ଅଜିତ୍‌ ଡୋଭାଲ ଭେଟି ସେମାନଙ୍କ ସହ ଆଲୋଚନା ଜମ୍ମୁ- କଶ୍ମୀର ପ୍ରସଙ୍ଗରେ ଆଲୋଚନା କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର