କୋରାପୁଟ: ହାଲ୍‌ରେ କମ୍ପ୍ରେସର ଫାଟିବାରୁ ଜଣେ କର୍ମଚାରୀ ଗୁରୁତର

କୋରାପୁଟ: କୋରାପୁଟ ଜିଲ୍ଲାର ସୁନାବେଡାସ୍ଥିତ ହିନ୍ଦୁସ୍ଥାନ ଏରୋନୋଟିକସ୍‌ ଲିମିଟେଡ (ହାଲ୍‌)ର ସୁଖୋଇ ଫ୍ୟାକ୍ଟ୍ରିରେ ଗୁରୁବାର ଅଘଟଣ ଘଟିଛି। ସୂଚନା ଅନୁସାରେ ଫ୍ୟାକ୍ଟ୍ରିର ଏକ କମ୍ପ୍ରେସର ଫାଟିବାରୁ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ହାଲ୍‌ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

ରିପୋର୍ଟ ଅନୁସାରେ ହାଲ୍‌ର ମେକାନିକ୍‌ ବିଭାଗରେ କାର୍ଯ୍ୟରତ ସୁଦାମ ମହାନ୍ତି ଆଜି ଫ୍ୟାକ୍ଟ୍ରିରେ ଏକାକୀ କାମ କରୁଥିଲେ। ଠିକ୍‌ ଏହି ସମୟରେ କମ୍ପ୍ରେସର ଫାଟିଯାଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। କୁହାଯାଉଛି ଯେ ସୁଦାମଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଛି। ତାଙ୍କୁ ହାଲ୍‌ ମେଡ଼ିକାଲ୍‌ରେ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସୁଦାମଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି।

 

ସମ୍ବନ୍ଧିତ ଖବର