ଭାରତ-ଶ୍ରୀଲଙ୍କା ମଧ୍ୟରେ ସାମରିକ ଶକ୍ତି ବୃଦ୍ଧି ନେଇ ସହମତି

କଲମ୍ବୋ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ସାମରିକ ଶକ୍ତି ଏବଂ ଦ୍ବିପାକ୍ଷିକ ବାଣିଜ୍ୟ ସମ୍ପର୍କ ବୃଦ୍ଧି ନେଇ ସହମତି ପ୍ରକାଶ ପାଇଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ ଗତକାଲି ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କୁ ସାକ୍ଷାତ କରିବା ପରେ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏହି ଘୋଷଣନାମାରେ କୁହାଯାଇଛି, ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ସାମରିକ ଶକ୍ତି ବୃଦ୍ଧି ପାଇବା ସହିତ ଦ୍ବିପାକ୍ଷିକ ବାଣିଜ୍ୟ ସମ୍ପର୍କ ମଧ୍ୟ ବୃଦ୍ଧି ପାଇବ। ଉଭୟ ଦେଶ ମଧ୍ୟରେ ସାମୁଦ୍ରିକ ବାଣିଜ୍ୟ କାରବାର ବୃଦ୍ଧି ନେଇ ଏକ ବାଣିଜ୍ୟ ଗବେଷଣା ଏବଂ ସମନ୍ବୟ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର