ଏଣିକି ଅନଲାଇନରେ ବାଣ୍ଟିବି ସୁପର-୩୦ର ଜ୍ଞାନ: ଆନନ୍ଦ କୁମାର

ପାଟନା: ବିହାର ପାଟନାର ଚର୍ଚ୍ଚିତ ଗଣିତଜ୍ଞ ଆନନ୍ଦ କୁମାରଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ଏହି ଘୋଷଣା ପରେ ଆନନ୍ଦ କୁମାରଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିବାବେଳେ ସେ କହିଛନ୍ତି ଯେ ପଦ୍ମଶ୍ରୀ ମିଳୁଥିବାର ଜାଣି ବିଶ୍ୱର ବିଭିନ୍ନ ସ୍ଥାନରୁ ପିଲାମାନେ ମୋତେ ଅଭିନନ୍ଦନ ଜଣାଉଛନ୍ତି | ଏଥିପାଇଁ ମୁଁ ଦେଶବାସୀ ଏବଂ ଭାରତ ସରକାରଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ଏଥି ସହିତ, ସେ ଆହୁରି ମଧ୍ୟ କହିଛନ୍ତି ଯେ ଖୁବ୍ ଶୀଘ୍ର ମୁଁ ପିଲାଙ୍କୁ ଅନଲାଇନରେ ଶିକ୍ଷା ଦେବାକୁ ଚେଷ୍ଟା କରୁଛି | ଖୁବ ଶୀଘ୍ର ଅନଲାଇନରେ ପିଲାମାନେ ସୁପର-୩୦ର ଜ୍ଞାନ ପାଇବେ | ଆନନ୍ଦ କୁମାର କହିଛନ୍ତି ଯେ ପଦ୍ମ ପୁରସ୍କାର ପାଇବା ପଛରେ ପରିବାର ସଦସ୍ୟଙ୍କ ସହ ଦିନରାତି ପାଠ ପଢ଼ୁଥିବା ପିଲାମାନଙ୍କର ମଧ୍ୟ ରହିଛି, ଯେଉଁମାନେ କଠିନ ପରିଶ୍ରମ କରିଥିଲେ ଓ ଭଲ ଫଳାଫଳ କରିଥିଲେ |

ଏଥି ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଅଧିକରୁ ଅଧିକ ପିଲାଙ୍କୁ ଶିକ୍ଷା ଯୋଗାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ଆଗାମୀ ସମୟରେ, ଅନଲାଇନ୍ ମାଧ୍ୟମରେ ଦେଶର ସମସ୍ତ ପିଲାଙ୍କ ସହ ଯୋଡି ହେବାର ଯୋଜନା ଅଛି | ଏହା ଦ୍ୱାରା ସମସ୍ତ ପିଲା ଅଧ୍ୟୟନ କରିବାକୁ ସକ୍ଷମ ହେବେ | ଯେଉଁ ପିଲାମାନେ ଫିସ ଦେବାକୁ ସକ୍ଷମ ନୁହଁନ୍ତି ଏବଂ ଯେଉଁମାନେ ଏଠାକୁ ଆସିପାରିବେ ନାହିଁ ସେହିପରି ପିଲାମାନଙ୍କ ପାଇଁ, ଆଜିର ସମୟରେ ଅନଲାଇନ୍ ମାଧ୍ୟମରେ ଅଧ୍ୟୟନ ଏକ ଉତ୍ତମ ବିକଳ୍ପ | ଉଲ୍ଲେଖ ଥାଉ କି ୨୦୨୩ ମସିହାରେ ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ | ଏହି ତାଲିକାରେ ୬ଜଣଙ୍କୁ ପଦ୍ମବିଭୂଷଣ, ୯ଜଣଙ୍କୁ ପଦ୍ମ ଭୂଷଣ ଏବଂ ୯୧ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ଦିଆଯିବ |

ସମ୍ବନ୍ଧିତ ଖବର