ମହାରାଷ୍ଟ୍ରରେ ଏନସିପି ଓ ବିଜେପି ମିଳିତ ଭାବେ ଗଠନ କରନ୍ତୁ ସରକାର: ଆଠୱାଲେ

ନୂଆଦିଲ୍ଲୀ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ ପରେ କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠୱାଲେ କହିଛନ୍ତି ଯେ ଏନସିପି ଏନଡିଏରେ ଯୋଗଦେବା ଉଚିତ। ନ୍ୟୁଜ୍ ଏଜେନ୍ସି ଏଏନଆଇ ସହିତ ଏକ ସାକ୍ଷାତକାରରେ ରାମଦାସ ଆଠୱାଲେ ପାୱାରଙ୍କୁ ମହା ବିକାଶ ଅଘାଡି ସରକାରରୁ ସମର୍ଥନ ପ୍ରତ୍ୟାହାର ସହ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିଜେପି ସହ ହାତ ମିଳାଇବାକୁ ଅନୁରୋଧ କରିଛନ୍ତି।

ଆଠୱାଲେ କହିଛନ୍ତି ଯେ ମୁଁ ଭାବୁଛି ମହାରାଷ୍ଟ୍ରରେ ବିଜେପି ଏବଂ ଏନସିପି ସରକାର ଗଠନ କରିବା ଉଚିତ। ଆଠୱାଲେ କହିଛନ୍ତି ଯେ ଶିବସେନା, କଂଗ୍ରେସ ଏବଂ ବିଜେପି ମଧ୍ୟ ଗୋଟିଏ ନଦୀର ଅଲଗା ଅଲଗା କୂଳରେ ଥିଲେ କିନ୍ତୁ ଶିବସେନା ଓ କଂଗ୍ରେସ ଏକାଠି ହୋଇଥିଲେ। ତେବେ ବିଜେପି ଏବଂ ଏନସିପି କାହିଁକି ଏକାଠି ହୋଇପାରିବେ ନାହିଁ? ଆଠୱାଲେ କହିଛନ୍ତି ଯେ ବାବାସାହେବ ଆମ୍ବେଦକରଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବିଧାନ ବିଭିନ୍ନ ଦଳକୁ ଏକାଠି କରିବାକୁ ଚେଷ୍ଟା କରିଥାଏ । ମୁଁ ଶରଦ ପାୱାରଙ୍କୁ ତାଙ୍କ ନିଷ୍ପତ୍ତି ବଦଳାଇବାକୁ ଅନୁରୋଧ କରୁଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ସେ ଶିବସେନାକୁ ଦେଇଥିବା ସମର୍ଥନକୁ ପ୍ରତ୍ୟାହାର କରିନିଅନ୍ତୁ । କଂଗ୍ରେସ ଦଳ ଆପଣଙ୍କୁ ବାରମ୍ବାର ଚେତାବନୀ ଦେଉଛି। କଂଗ୍ରେସର ନାନା ପାଟୋଲ ବାରମ୍ବାର ପାୱାରଙ୍କ ବିରୋଧରେ ବିବାଦୀୟ ବୟାନ ଦେଉଛନ୍ତି। ସେଥିପାଇଁ ମୁଁ ଅନୁଭବ କରୁଛି ଯେ ଶରଦ ପାୱାର ଏନଡିଏ ସହିତ ଆସିବା ଉଚିତ୍ |

ସମ୍ବନ୍ଧିତ ଖବର