ପ୍ରଭୁ ରାମଲଲ୍ଲାଙ୍କୁ ଦର୍ଶନ କରିବାକୁ ଯାଇଥିବା ବେଳେ ନଦୀରେ ବୁଡ଼ି ତିନିଜଣ ସାଙ୍ଗଙ୍କ ହେଲା ମୃତ୍ୟୁ

ଅଯୋଧ୍ୟା: ରାମନଗରୀ ଅଯୋଧ୍ୟାରେ ଏକ ବଡ଼ ଅଘଟଣା ଘଟିଯାଇଛି । ପ୍ରଭୁ ରାମଲଲ୍ଲାଙ୍କ ଦର୍ଶନ କରିବାକୁ ଯାଇଥିବା ତିନିଜଣ ସ‌ାଙ୍ଗଙ୍କ ଏକାଠି ମୃତ୍ୟୁ ହୋଇଥିବା ଖବର ମିଳିଛି।

ସୂଚନା ପାଇବା ପରେ ପୁଲିସ ଏବଂ ସ୍ଥାନୀୟଲୋକ ତିନିଜଣଙ୍କୁ ପାଣି ଭିତରୁ ଉଦ୍ଧାର କରି ବାହାରକୁ ଆଣିଥିଲେ। ଏହାପରେ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, କିନ୍ତୁ ଡାକ୍ତର ତିନିଜଣଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, କାନପୁରର ୬ଜଣ ଯୁବକ ସାଙ୍ଗ ହୋଇ ଅଯୋଧ୍ୟାକୁ ରାମଲଲ୍ଲାଙ୍କ ଦର୍ଶନ ଓ ପୂଜା ପାଇଁ ଆସିଥିଲେ। ଏହି ସମୟରେ ସେମାନେ ସରୟୁ ନଦୀର ଯେଉଁ ସ୍ଥାନରେ ସ୍ନାନ କରିବା କଥା ସେଠ‌ାରେ ନକରି ଶବଦାହ ପରେ ଯେଉଁ ଘାଟରେ ସ୍ନାନ କରନ୍ତି ସେଠାକୁ ଗାଧୋଇବାକୁ ଯାଇଥିଲେ । ଯେଉଁଠାରେ ଜଣେ ଯୁବକ ବୁଡ଼ି ଯାଉଥିଲେ। ଉକ୍ତ ଯୁବକଙ୍କୁ ବଞ୍ଚାଇବାକୁ ଯାଇ ତିନିଜଣ ଯୁବକ ଗଭୀର ପାଣି ଭିତରକୁ ଚାଲି ଯାଇଥିଲେ।

ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନ୍ୟ ତିନିଜଣ ବନ୍ଧୁ ପୁଲିସ ଓ  ସ୍ଥାନୀୟଲୋକଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥି‌ଲେ। ଏହାପରେ ସରୟୁ ନଦୀରୁ ତିନିଜଣ ଯୁବକଙ୍କୁ ଉଦ୍ଧାର କରା ଯାଇଥିଲା। କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା ।

ବୁଡ଼ିଯିବା କାରଣରୁ ୩ ଜଣ ଯୁବକଙ୍କର ମୃତ୍ୟୁ ହୋଇ ଯାଇଥିବା ଡାକ୍ତର ସୂଚନା ଦେଇଥିଲେ। ମୃତକ ହେଲେ ୨୦ ବର୍ଷ ବୟସ୍କା ରବି ମିଶ୍ର, ୧୬ ବର୍ଷ ବୟସ୍କା ପ୍ରିୟାଂଶୁ ସିଂ ଏବଂ ୧୮ ବର୍ଷ ବୟସ୍କା ହର୍ଷିତ ଅୱସ୍ତି।

ସମ୍ବନ୍ଧିତ ଖବର