ହସ୍ପିଟାଲରୁ ଚମ୍ପଟ ମାରିଥିବା ଦିବ୍ୟାଙ୍ଗ ରୋଗୀଙ୍କ ମୃତ ଦେହ ଡ୍ରେନ୍ ପାର୍ଶ୍ବରୁ ଉଦ୍ଧାର

କୋଇଡ଼ା: ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରୁ ଚମ୍ପଟ ମାରିଥିବା ଦିବ୍ୟାଙ୍ଗ ରୋଗୀଙ୍କ ମୃତ ଦେହ ଡ୍ରେନ୍ ପାର୍ଶ୍ବରୁ ଉଦ୍ଧାର କରାଯାଇଛି। ରୋଗୀ ଜଣକ ୩ ଦିନ କୋଇଡ଼ା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ସେ ଲୁଚି କାହାକୁ କିଛି ନ ଜଣାଇ ହସ୍ପିଟାଲରୁ ପଳାଇଥିଲେ।

ଗୁରୁବାର ତାଙ୍କ ମୃତଦେହ ଡିଡିଏମ୍ କାର୍ଯ୍ୟାଳୟ ନିକଟରେ ପଡ଼ି ରହିଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର