ନେଭିଗେସନ୍‌ ଚାର୍ଟ ନ ନେଇ ଥିବାରୁ ଦିଲ୍ଲୀ ଫେରିଆସିଲା ବ୍ୟାଙ୍ଗ୍‌କକ୍‌କୁ ଯାଉଥିବା ବିମାନ

ନୂଆଦିଲ୍ଲୀ: କ୍ରୁମାନେ ନେଭିଗେସନ୍‌ ଚାର୍ଟ ନେବାକୁ ଭୁଲି ଯାଇଥିବାରୁ ଶୁକ୍ରବାର ଦିନ ବ୍ୟାଙ୍ଗ୍‌କକ୍‌ ଅଭିମୁଖେ ଯାଉଥିବା ଗୋଟାଏ ଏୟାର୍‌ଗୋ ବିମାନ ଦିଲ୍ଲୀ ଫେରିଆସିବାକୁ ବାଧ୍ୟ ହୋଇଥିଲା। ନେଭିଗେସନ୍‌ ଚାର୍ଟରେ ଗୋଟାଏ ବିମାନର ଗତିପଥ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ବିବରଣୀ ରହିଥାଏ।

୧୪୬ ଯାତ୍ରୀଙ୍କୁ ଧରି ଜି୮-୦୩୭ (ଏ୩୨୦ ନିଓ ବିମାନ) ବ୍ୟାଙ୍ଗ୍‌କକ୍‌ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା, କିନ୍ତୁ ସେଥିରେ ବ୍ୟାଙ୍ଗ୍‌କକ୍‌ ପାଇଁ ଆବଶ୍ୟକ ଆପ୍ରୋଚ୍‌ ଓ ନେଭିଗେସନ୍‌ ଚାର୍ଟ ନ ଥିବାରୁ ସେମାନେ ବିମାନଟିକୁ ଦିଲ୍ଲୀ ଫେରାଇ ଆଣିବାକୁ ବାଧ୍ୟ ହୋଇଥିଲେ।

Image Source: Global News

ଏକ ବିବୃତିରେ ଗୋଏୟାର୍‌ କହିଛି: ଗୋଏୟାର୍‌ର ପ୍ରମୁଖ କଥା ହେଉଛି ଯାତ୍ରୀଙ୍କ ନିରାପତ୍ତା। ଦିଲ୍ଲୀ ବ୍ୟାଙ୍ଗ୍‌କକ୍‌ ଗୋଏୟାର୍‌ ବିମାନ ଜି୮-୦୩୭ ଦିଲ୍ଲୀ ଫେରିବାକୁ ବାଧ୍ୟ ହେବାର କାରଣ ହେଲା, ବ୍ୟାଙ୍ଗ୍‌କକ୍‌ ପାଇଁ ଆବଶ୍ୟକ ନେଭିଗେସନ୍‌ ଚାର୍ଟ ବିମାନ ଛାଡ଼ିବା ପୂର୍ବରୁ ସେଥିରେ ରଖାଯାଇ ନ ଥିବା କଥା କ୍ରୁମାନେ ଜାଣିପାରିଲେ। ବିମାନବନ୍ଦରରେ ଦିଗ ଜାଣିବା ପାଇଁ ସମସ୍ତ ବିମାନରେ ଏହି ଚାଟ୍‌ ସବୁ ମହଜୁଦ ଥାଏ।

ଏହାର କାରଣ ହେଲା ଯେଉଁ ବିମାନଟି ଦିଲ୍ଲୀ ଓ ବ୍ୟାଙ୍ଗ୍‌କକ୍‌ ମଧ୍ୟରେ ଯାତାୟାତ କରେ ସେଇଟି ମରାମତି ହେବାକୁ ଯାଇଥିବାରୁ ତା’ ପରିବର୍ତ୍ତେ ଅନ୍ୟ ଏକ ବିମାନ ଆସିଥିଲା। ପୁରୁଣା ବିମାନରୁ ନୂଆ ବିମାନ ମଧ୍ୟକୁ ନେଭିଗେସନ୍‌ ଚାର୍ଟ ଅଣାଯାଇ ନ ଥିଲା।

ସମ୍ବନ୍ଧିତ ଖବର