ଏହି କାରଣରୁ ମୋଦୀଙ୍କ ଭୁଟାନ ଗସ୍ତ ବାତିଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୁଟାନ ଗସ୍ତକୁ ସ୍ଥଗିତ ରଖାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ସେଠାରେ ଖରାପ ପାଗ ହେତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭୁଟାନ ଗସ୍ତକୁ ମାର୍ଚ୍ଚ ୨୧-୨୨ରେ ସ୍ଥଗିତ ରଖାଯାଇଛି, ଖୁବ ଶୀଘ୍ର ଏହି ଗସ୍ତର ନୂତନ ତାରିଖ ଘୋଷଣା କରାଯିବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ ପାରୋ ବିମାନବନ୍ଦରରେ ଖରାପ ପାଗ ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭୁଟାନ ଗସ୍ତକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ବାସ୍ତବରେ ଭୁଟାନର ପ୍ରଧାନମନ୍ତ୍ରୀ ସେରିଂ ତୋଗବେ କିଛିଦିନ ତଳେ ଭାରତ ଗସ୍ତରେ ଆସିଥିଲେ | ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ |

ପ୍ରଧାନମନ୍ତ୍ରୀ ସେରିଂ ତୋଗବେ ମୋଦୀଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ କ୍ଷେତ୍ରର କାର୍ଯ୍ୟପ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ଏହିସବୁ କ୍ଷେତ୍ର ମଧ୍ୟରେ ଭିତ୍ତିଭୂମି ବିକାଶ, ସଂଯୋଗୀକରଣ , ଶକ୍ତି, ଜଳଶକ୍ତି କ୍ଷେତ୍ରରେ ସହଯୋଗ, ଜନଜନ ସଂପର୍କ ଓ ଭାବ ଆଦାନ ପ୍ରଦାନ ଏବଂ ବିକାଶମୂଳକ ସହଯୋଗ ଆଦି ସାମିଲ ଥିଲା । ଭୁଟାନ ପ୍ରଧାନମନ୍ତ୍ରୀ ଭୁଟାନର ବିକାଶ କାର୍ଯ୍ୟକ୍ରମରେ ଭାରତର ନିର୍ଭରଯୋଗ୍ୟ, ବିଶ୍ୱସ୍ତ ଏବଂ ମୂଲ୍ୟବାନ ସହଭାଗିତାକୁ ଭୂୟସୀ ପ୍ରଶଂସା କରିଥିଲେ । ଭୁଟାନ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ସେରିଂ ତୋଗବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୁଟାନ ଗସ୍ତରେ ଯିବାପାଇଁ ଆମନ୍ତ୍ରଣ କରିଥିଲେ |

ସମ୍ବନ୍ଧିତ ଖବର