କଂଗ୍ରେସକୁ ଝଟକା:ଏୟାର ଷ୍ଟ୍ରାଇକ୍‌ ପ୍ରମାଣ ମାଗିବା ପରେ ଲୋକମାନେ କଂଗ୍ରେସକୁ ପାକିସ୍ତାନର ଏଜେଣ୍ଟ ବୋଲି ଭାବୁଥିବାରୁ ବିନୋଦ ଶର୍ମା ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଦ୍ୱାରା ପାକିସ୍ତାନର ବାଲାକୋଟରେ ଜୈସ୍‌-ଇ-ମହମ୍ମଦର ଆତଙ୍କବାଦୀ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌କୁ ନେଇ କଂଗ୍ରେସର ଅନେକ ନେତା ମୋଦି ସରକାରଙ୍କୁ ପ୍ରମାଣ ମାଗିଥିଲେ। ଏହା ପରେ ଭାଜପା କଂଗ୍ରେସ ଉପରେ ଏହି ପ୍ରସଙ୍ଗ ନେଇ ରାଜନୀତି କରିବା ଅଭିଯୋଗ ଲଗାଇଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ନେଇ ଅମିତ ଶାହା ଅନେକ ରେଲିରେ କଂଗ୍ରେସ ସମେତ ବିପେକ୍ଷଙ୍କୁ ଟାର୍ଗେଟ କରିଥିଲେ।ଏହି କ୍ରମରେ ବିହାର କଂଗ୍ରେସ ପ୍ରବକ୍ତା ବିନୋଦ ଶର୍ମା ଶନିବାର ଏହି ପ୍ରସଙ୍ଗକୁ ନେଇ ନିଜ ପାର୍ଟିରୁ ଇସ୍ତଫା ଦେଇଛନ୍ତି।

ବିନୋଦ ଶର୍ମାଙ୍କ କହିବାନୁସାରେ, ଗତ ୩୦ ବର୍ଷ ହେବ ସେ କଂଗ୍ରେସ ସହିତ ଯୋଡ଼ି ହୋଇଥିଲେ। ପାର୍ଟିର ମହା ସଚିବ ଭାବେ ସେ କାମ କରୁଥିଲେ। ଏୟାରଷ୍ଟ୍ରାଇକ୍‌ ପରେ ପାର୍ଟି ମୋଦି ସରକାରଙ୍କୁ ଏହାର ପ୍ରମାଣ ମାଗିବା ଏକ ପିଲାଳିଆମୀ। ଏଭଳି ପ୍ରଶ୍ନ ପରେ ଲୋକମାନେ କଂଗ୍ରେସ ପାର୍ଟିଙ୍କୁ ପାକିସ୍ତାନର ଏଜେଣ୍ଟ ବୋଲି ଭାବୁଛନ୍ତି। ବିନୋଦ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପତ୍ର ଲେଖି ଏହି ଇସ୍ତଫା ଦେଇଛନ୍ତି ଏବଂ କହିଛନ୍ତି ତାଙ୍କୁ ଏବେ କଂଗ୍ରେସ ସଦସ୍ୟ ବୋଲି କହିବାକୁ ଲାଜ ଲାଗୁଛି। ତାଙ୍କ ପାଇଁ ସର୍ବପ୍ରଥମେ ଦେଶ। ଦେଶର ହିତ ପାଇଁ ସେ ଏହି ଇସ୍ତଫା ଦେଇଛନ୍ତି।

ଏବେ ଲୋକସଭା ନିର୍ବାଚନ ପୂର୍ବରୁ ବିନୋଦଙ୍କ ଇସ୍ତାଫା କଂଗ୍ରେସ ପାଇଁ ଏକ ଝଟକା ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର