ବିହାର ସରକାରଙ୍କ ଅଜବ ନିର୍ଦ୍ଦେଶ, ହୋଲିରେ ଖୋଲା ରହିବ ସ୍କୁଲ୍

ପାଟନା: ବିହାରର ଶିକ୍ଷା ବିଭାଗ ଆଜିକାଲି ନିଜ ନିର୍ଦ୍ଦେଶକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛି। ଏବେ ପୁଣି ଥରେ ଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶ ଆସିଛି, ଯାହାକୁ ନେଇ ବିଶେଷ କରି ଶିକ୍ଷକମାନେ ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିହାରରେ ହୋଲି ରେ ମଧ୍ୟ ସ୍କୁଲ ଖୋଲା ରହିବ । ମାର୍ଚ୍ଚ ୨୬ ଓ ୨୭ରେ ସରକାରୀ ଛୁଟି ଟେବୁଲ ଦିଆଯାଇସାରିଥିବାରୁ ହୋଲି ଦିନ ମାର୍ଚ୍ଚ ୨୫ରେ ଶିକ୍ଷକମାନେ ବିଦ୍ୟାଳୟକୁ ଆସିବାକୁ ପଡ଼ିବ। ଏବେ ହୋଲିରେ କେମିତି ସ୍କୁଲରେ ପହଞ୍ଚିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି ଶିକ୍ଷକ ।

ଏତିକି ଯେ ସରକାରୀ ବିଦ୍ୟାଳୟ ପାଇଁ ମନୋନୀତ ଶିକ୍ଷକଙ୍କ ପ୍ରଶିକ୍ଷଣ ମଧ୍ୟ ହୋଲି ଦିନ କରାଯିବ। ହୋଲିରେ ସେମାନଙ୍କୁ ଛୁଟି ମଧ୍ୟ ମିଳିବ ନାହିଁ। ମାର୍ଚ୍ଚ ୨୫ରୁ ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସସିଇଆରଟି) କେନ୍ଦ୍ରରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପାଠ ପଢ଼ାଉଥିବା ପ୍ରାୟ ୨୦ ହଜାର ଶିକ୍ଷକଙ୍କୁ ତାଲିମ ଦେବାକୁ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଶିକ୍ଷକଙ୍କ ବ୍ୟତୀତ ଏସସିଇଆରଟିର ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ହୋଲି ଛୁଟିକୁ ମଧ୍ୟ ବାତିଲ କରିଛି ଶିକ୍ଷା ବିଭାଗ ।

କୁହାଯାଉଛି ଯେ ହୋଲି ଭଳି ପର୍ବରେ ମଧ୍ୟ ସରକାରୀ ଶିକ୍ଷକମାନଙ୍କୁ ତାଲିମ ପାଇଁ ଡକାଯିବା ଓ ସ୍କୁଲ ଖୋଲା ରହିବା ବିହାରରେ ପ୍ରଥମ ଥର ପାଇଁ ହେଉଛି ।

ସମ୍ବନ୍ଧିତ ଖବର