ନବାଗତମାନଙ୍କୁ ୧୫ମିନିଟ ଦେଖା କରିବାକୁ ୧ଲକ୍ଷ ଟଙ୍କା ନେବି, ମାଗଣାରେ କାମ କରିହେବ ନାହିଁ: ଅନୁରାଗ କଶ୍ୟପ

ମୁମ୍ବାଇ: ସବୁ‌ବେଳେ ଭିନ୍ନ ଧରଣର ଚଳଚ୍ଚିତ୍ର ନିର୍ମାଣ କରିବାକୁ ପସନ୍ଦ କରୁଥିବା ଅନୁରାଗ କଶ୍ୟପ ବଲିଉଡର ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତାମାନଙ୍କ ମଧ୍ୟରୁ ଜଣେ। ସୋସିଆଲ ମିଡିଆରେ ଖୋଲାଖୋଲି ଭାବେ ନିଜର ମତ ରଖୁଥିବା ଅନୁରାଗ କଶ୍ୟପ ପୁଣି ଥରେ ଏବେ ଚର୍ଚ୍ଚାକୁ ଆସିଛନ୍ତି। ବଲିଉଡକୁ ଆସୁଥିବା ନବାଗତମାନଙ୍କୁ ଏବେ ଟଙ୍କା ନେଇ ସେମାନଙ୍କର ମାର୍ଗଦର୍ଶନ କରିବେ ବୋଲି କହିଛନ୍ତି ଅନୁରାଗ | ପୂର୍ବରୁ ମାଗଣାରେ ସେ ଏସବୁ କରୁଥିବା ବେଳେ ଏବେ ଏଥିପାଇଁ ଟଙ୍କା ନେବେ ବୋଲି କହିଛନ୍ତି |

 

View this post on Instagram

 

A post shared by Anurag Kashyap (@anuragkashyap10)

ଏକ ଲମ୍ବା ପୋଷ୍ଟ କରି ଅନୁରାଗ କଶ୍ୟପ ଲେଖିଛନ୍ତି ଯେ, ‘ମୁଁ ନବାଗତମାନଙ୍କୁ ସାହାଯ୍ୟ କରି କରି କ୍ଳାନ୍ତ ହୋଇଗଲାଣି, ବିଶେଷକରି ଯେଉଁମାନେ ନିର୍ବୋଧ | ନିଜକୁ ପ୍ରତିଭାବାନ ବୋଲି ଭାବୁଥିବା ବ୍ୟକ୍ତିଙ୍କୁ ଭେଟି ମୁଁ ଆଉ ମୋର ସମୟ ନଷ୍ଟ କରିବି ନାହିଁ | ତେଣୁ ବର୍ତ୍ତମାନ ମୁଁ ଏଥିପାଇଁ ପାରିଶ୍ରମିକ ନେବି | ଯଦି କେହି ମୋତେ ୧୦ରୁ ୧୫ମିନିଟ୍ ପାଇଁ ସାକ୍ଷାତ କରିବାକୁ ଚାହାଁନ୍ତି, ତେବେ ମୁଁ ୧ଲକ୍ଷ ଟଙ୍କା ନେବି | ଏହା ସହ ଅଧଘଣ୍ଟା ପାଇଁ ୨ଲକ୍ଷ ଓ ଘଣ୍ଟାକ ପାଇଁ ୫ଲକ୍ଷ ଟଙ୍କା ନେବି | ଯଦି ଏତେ ଟଙ୍କା ଦେଇ ପାରିବ ବୋଲି ଭାବୁଛ ତାହେଲେ କଲ କରିବ ନହେଲେ ନାହିଁ |

ସମ୍ବନ୍ଧିତ ଖବର