ପାକିସ୍ତାନୀ ଡ୍ରୋନ୍‌ ଖସାଇଲା ବିଏସଏଫ୍‌

ନୂଆଦିଲ୍ଳୀ : ପଂଜାବର ଗୁରୁଦାସପୁରରେ ଶୁକ୍ରବାର ଦିନ ଭାରତୀୟ ପରିସରକୁ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ବିଏସଏଫ୍‌ (ସୀମା ସୁରକ୍ଷା ବଳ) ଖସାଇ ଦେଇଛି। ଜଣେ ବରିଷ୍ଠ ବିଏସଏଫ୍‌ ଅଧିକାରୀ କହିଛନ୍ତି, ପାଟ୍ରୋଲିଂ ଡ୍ୟୁଟିରେ ଥିବା ବିଏସଏଫ୍‌ ଯବାନ ଶୁକ୍ରବାର ଭୋର୍‌ ୪.୩୫ ସମୟରେ ଡ୍ରୋନ୍‌କୁ ଖସାଇ ଦେଇଛନ୍ତି। ପାକିସ୍ତାନୀ ଡ୍ରୋନ୍‌ ଖସାଇବା ପରେ ବିଏସଏଫ୍‌ ଡିଆଇଜିଙ୍କ ନେତୃତ୍ବରେ ସମ୍ପୃକ୍ତ ଅଞ୍ଚଳ‌ରେ ସର୍ଚ୍ଚ‌୍ ଅପରେସନ୍‌ କରାଯାଉଛି। ପାକିସ୍ତାନ ପକ୍ଷରୁ କେଉଁ କାର୍ଯ୍ୟ ପାଇଁ ଉକ୍ତ ଡ୍ରୋନ୍‌କୁ ଭାରତ ପଠାଯାଇଥିଲା ‌ସେନେଇ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର