ନେପାଳରେ ଭୟଙ୍କର ଦୁର୍ଘଟଣା, ନଦୀକୁ ଖସିପଡ଼ିଲା ବସ୍, ୭ ମୃତ

କାଠମାଣ୍ଡୁ: ନେପାଳର ବାଗମତି ପ୍ରଦେଶରେ ବୁଧବାର ସକାଳେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ହଠାତ୍ ଭାରସାମ୍ୟ ହରାଇ ନଦୀକୁ ଖସି ପଡ଼ିଥିଲା। ବସଟି ନଦୀକୁ ଖସି ପଡ଼ିବାରୁ ଜଣେ ମହିଳାଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ନେପାଳର ଦୈନିକ ‘ଦି ହିମାଳୟ ଟାଇମ୍ସ’ ରିପୋର୍ଟ ଅନୁଯାୟୀ କାଠମାଣ୍ଡୁ ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍ଟି ଘାଟବେସି ଅଞ୍ଚଳରେ ଡ୍ରାଇଭରଙ୍କ ଉପରେ ନିୟନ୍ତ୍ରଣ ହରାଇବାରୁ ତ୍ରିଶୁଳି ନଦୀରେ ଖସି ପଡ଼ିଥିଲା। ଧଡିଙ୍ଗ ଜିଲ୍ଲା ପୁଲିସ କାର୍ଯ୍ୟାଳୟର ଏସ୍ ପି ଗୌତମ କେସିଙ୍କ କହିବାନୁଯାୟୀ, ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ୭ ଜଣଙ୍କମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅତି କମରେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ନେପାଳ ପୁଲିସ, ସଶସ୍ତ୍ର ପୁଲିସ ବାହିନୀ ଓ ନେପାଳ ସେନା ସହ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। ଗୌତମ କେସି କହିଛନ୍ତି, ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ କାଠମାଣ୍ଡୁ ନିଆଯାଇଥିଲା। ”

ସମ୍ବନ୍ଧିତ ଖବର