ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍‌: ସ୍କୁଲ୍‌ ପ୍ରିନ୍‌ସିପାଲ୍‌ ଏବଂ ୬ ଶିକ୍ଷକଙ୍କୁ ଦିଲ୍ଲୀ କ୍ରାଇମ୍‌ବ୍ରାଞ୍ଚ୍‌ର ପଚରା ଉଚୁରା

ନୂଆଦିଲ୍ଲୀ: ହ୍ଵାଟ୍‌ସ୍‌ଆପ୍‌ ଗ୍ରୁପ୍‌ରେ ଲିକ୍‌ ହୋଇଥିବା ସିବିଏସ୍‌ଇ ପ୍ରଶ୍ନପତ୍ରକୁ ପ୍ରଘଟ କରାଇଥିବାରେ ସମ୍ପୃକ୍ତ ଥିବା ସନ୍ଦେହରେ ଶନିବାର ଦିନ ଦିଲ୍ଲୀ ସିବିଆଇ ପୁଲିସ ଦିଲ୍ଲୀ ବାହାରେ ଅବସ୍ଥିତ ତିନୋଟି ପବ୍ଲିକ୍‌ ସ୍କୁଲ୍‌ର ୬ ଜଣ ଶିକ୍ଷକ ଏବଂ ଜଣେ ପ୍ରିନ୍‌ସିପାଲ୍‌ଙ୍କୁ ବିଳମ୍ବିତ ରାତ୍ରୀ ଯାଏଁ ପଚରା ଉଚୁରା କରିଥିଲେ।

ବାଓ୍ଵନା ସ୍କୁଲ୍‌ରେ କାର୍ଯ୍ୟରତ ସେ ପ୍ରିନ୍‌ସିପାଲ ଏବଂ ଦୁଇ ଜଣ ଶିକ୍ଷକଙ୍କୁ ବିଳମ୍ବିତ ରାତ୍ରୀ ଯାଏଁ ପଚରା ଉଚୁରା କରାଯାଇଥିଲା। କୁହାଯାଉଛି ମାର୍ଚ ୨୬ ତାରିଖ ଦିନ ସେମାନେ ବୋଧହୁଏ ପରୀକ୍ଷା ହଲ୍‌ରେ ସକାଳ ୮ଟା ବେଳେ ଅର୍ଥାତ୍‌ ପରୀକ୍ଷା ଆରମ୍ଭ ହେବାର ୭୫ ମିନିଟ୍‌ ଆଗରୁ କିଛି ପିଲାଙ୍କ ଉପସ୍ଥିତିରେ ଦ୍ୱାଦଶ ଶ୍ରେଣୀର ପ୍ରଶ୍ନପତ୍ର ଖୋଲି ଦେଇଥିଲେ।

ଦୁଇ ସେଟ୍‌ ପ୍ରଶ୍ନପତ୍ରର ତତ୍ତ୍ୱାବଧାରକ ଥିବାରୁ ସୋନାପତ୍‌ର ଜଣେ ସିବିଏସ୍‌ଇ କର୍ମଚାରୀ ମଧ୍ୟ ପୁଲିସ ନଜରରେ ରହିଛନ୍ତି। ଲିକ୍‌ ହୋଇଥିବା ପ୍ରଶ୍ନପତ୍ରର ଏରିଆ କୋଡ୍‌ ସହ ସେ ଦାୟିତ୍ୱରେ ଥିବା ସ୍ଥାନର କୋର୍ଡ ମେଳ ଖାଇଯାଉଛି।

ଗଣିତ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଯେଉଁ ବ୍ୟକ୍ତିଟି ପ୍ରଶ୍ନପତ୍ର ଲିକ୍‌ ହୋଇଛି ବୋଲି ସିବିଏସ୍‌ଇକୁ ସତର୍କ କରାଇଥିଲେ ତାଙ୍କର ଆଇପି ଆଡ୍ରେସ୍‌ ଦିଲ୍ଲୀର ପୁଲିସର ଅନୁରୋଧକ୍ରମେ ଗୁଗଲ୍‌ ଯୋଗାଇ ଦେଇଛି।

ଶୁକ୍ରବାର ସନ୍ଧ୍ୟାରେ ସିବିଏସ୍‌ଇ ଅଧିକାରୀମାନଙ୍କୁ ପଚରା ଉଚୁରା କରିବା ପରେ କ୍ରାଇମ୍‌ବ୍ରାଞ୍ଚ୍‌ର ଅଧିକାରୀମାନେ ସନ୍ଦେହ କରୁଛନ୍ତି କି, ଦିଲ୍ଲୀ ବାହାରର ଜଣେ ଶିକ୍ଷକ କୌଣସି ସମ୍ଭବତଃ କୌଣସି ଉପାୟରେ ଜଣେ ତତ୍ତ୍ୱାବଧାରକଙ୍କ ଠାରୁ ପ୍ରଶ୍ନପତ୍ର ହାସଲ କରିବାରେ ସମର୍ଥ ହୋଇଛନ୍ତି। ପରେ ସେ ତାହାକୁ କେତେକ ମୁଷ୍ଠିମେୟ ଛାତ୍ରଙ୍କ ମଧ୍ୟରେ ବାଣ୍ଟିବାକୁ ଉଦ୍ୟମ କରିଛନ୍ତି। ଜଣେ ଛାତ୍ର ଏହାକୁ ହ୍ଵାଟ୍‌ସ୍‌ଆପ୍‌ରେ ପୋଷ୍ଟ କରିଥିଲେ। ଏଥିରେ ଟଙ୍କାପଇସା କାରବାର ହୋଇଥିବା କଥା ପୁଲିସ ଏ ପର୍ଯ୍ୟନ୍ତ ଦୃଷ୍ଟିକୁ ଆସି ନାହିଁ।

ସମ୍ବନ୍ଧିତ ଖବର