ଅର୍ଜୁନ କିପରି ରାବଣର ପୂଜା ଭଙ୍ଗ କରିଥିଲେ ?

ରାକ୍ଷସ ରାଜ, ରାବଣ ନର୍ମଦା ତଟରେ ଶିବ ପୂଜା କରୁଥିବା ସ୍ଥଳରୁ ଅଳ୍ପ ଦୂରରେ ପ୍ରବଳ ପରାକ୍ରମୀ ରାଜା ଅର୍ଜୁନ ନିଜର ରାଣୀମାନଙ୍କ ସହିତ ନର୍ମଦା ନଦୀରେ ଜଳ କ୍ରୀଡା କରୁଥିଲେ । ରାଜା ଅର୍ଜୁନ ନିଜର ପରାକ୍ରମ ପ୍ରଦର୍ଶନ କରିବାକୁ, ସ୍ୱକୀୟ ସହସ୍ର-ଭୁଜକୁ ଏକତ୍ର କରି ନର୍ମଦାର ଜଳ ପ୍ରବାହକୁ ରୋକି ଦେଲେ । ଜଳ ପ୍ରବାହ ରୁଦ୍ଧ ହେବାରୁ, ଜଳସ୍ତର ଖୁବ୍‌ ଉଚ୍ଚକୁ ଉଠିଗଲା । ଫଳତଃ ରାବଣର ପୂଜା ସ୍ଥଳୀ ଅଚାନକ ଜଳ ପ୍ଲାବିତ ହୋଇଗଲା । ରାବଣର ଭକ୍ତିପୂତ ନୃତ୍ୟ ମାତ୍ର ଅର୍ଦ୍ଧ ସମାପ୍ତ ହୋଇଥାଏ ।

photo-speaking tree

ସେ ନୃତ୍ୟ କରିବାରୁ ବିରତ ହୋଇ ତଟସ୍ଥ ନେତ୍ରରେ ନର୍ମଦାଙ୍କୁ ଚାହିଁଲେ । ଦେଖିଲେ ନଦୀର ଜଳ ଷ୍ଫିତ ହୋଇ ପଶ୍ଚିମରୁ ପୂର୍ବକୁ ଓଲଟା ବହୁଛି । ଏହି ଆଶ୍ଚର୍ଯ୍ୟଜନକ ଘଟଣା କିଛି ସମୟ ଦେଖିଲା ପରେ ପୁଣି ଦେଖିଲା ଯେ, ନର୍ମଦା ଶାନ୍ତ ଭାବରେ ପୁଣି ପୂର୍ବବତ ପ୍ରବାହିତ ହେଉଛନ୍ତି । ଜଳ-ପ୍ଳାବନ ସ୍ତମିତ ହୋଇ ଯାଇଛି । ଏହି ଅଦ୍ଭୁତ ଘଟଣାର କାରଣ ଜାଣିବାକୁ ସେ ଶୁକ ଓ ସାରଣ ନାମକ ମନ୍ତ୍ରୀଦ୍ୱୟଙ୍କୁ ପ୍ରେରଣ କଲା । ସେହି ମନ୍ତ୍ରୀ ଦ୍ୱୟ ଆକାଶ ପଥରେ ଅର୍ଦ୍ଧ ଯୋଜନ ଉଡି ଯାଇ ଦେଖିଲେ ଯେ, ରାଜା ଅର୍ଜୁନ ତୃତୀୟ ସହସ୍ର ଭୁଜ ଦ୍ୱାରା ନଦୀ-ପଥ ଅବରୋଧ କରୁଛନ୍ତି ଓ ନିୟତ କାଳ ପରେ ଛାଡି ଦେଉଛନ୍ତି । ସେମାନେ ଫେରିଆସି ରାବଣକୁ ଏହି ବୃତ୍ତାନ୍ତ ଶୁଣାଇଲେ ।

ସମ୍ବନ୍ଧିତ ଖବର