ଶୁଭ ମହୁରତ ପାଇଁ ୧୦ ବର୍ଷ ଅପେକ୍ଷା କଲେ ସ୍ୱାମୀ, ଛାଡ଼ପତ୍ର ପାଇଁ ଅନୁମତି ଦେଲେ ଛତିଶଗଡ଼ ହାଇକୋର୍ଟ

ରାୟପୁର : ଶୁଭ ମହୁରତ ପାରିବାରିକ ଜୀବନ ଆରମ୍ଭ ପାଇଁ ଉଦ୍ଦିଷ୍ଟ। ବିବାହର ୧୦ ବର୍ଷ ପର୍ଯ୍ୟନ୍ତ ଶୁଭ ମହୁରତକୁ ଅପେକ୍ଷା କଲେ ସ୍ବାମୀ। ଧୈର୍ଯ୍ୟଚ୍ୟୁତି ଘଟିବା ପରେ ଅଦାଲତଙ୍କ ଆଶ୍ରୟ ନେଲେ। ଛତିଶଗଡ ହାଇକୋର୍ଟ ତାଙ୍କୁ ଛାଡପତ୍ରର ଏକ ଆଦେଶ ଦେଇଛନ୍ତି। ଏଭଳି ଅଦ୍ଭୁତ ଘଟଣା ଛତିଶଗଡ଼ରେ ଘଟିଛି। ହିନ୍ଦୁ ବିବାହ ନିୟମ ଅନୁଯାୟୀ ବିବାହ ବିଚ୍ଛେଦ କରିବାକୁ ବିଚାରପତି ଗୌତମ ଭାଦୁରି ଏବଂ ବିଚାରପତି ରଜନୀ ଦୁବେଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀ ସନ୍ତୋଷ ସିଂ ଏକ ପାରିବାରିକ ଅଦାଲତର ଆଦେଶକୁ ଚ୍ୟାଲେଞ୍ଜ କରି ମାମଲାଟିକୁ ହାଇକୋର୍ଟକୁ ସ୍ଥାନାନ୍ତର କରିଥିଲେ। ତାଙ୍କ ଆବେଦନ ଅନୁଯାୟୀ, ସେ ଜୁଲାଇ ୨୦୧୦ରେ ବିବାହ କରିଥିଲେ। ସେ ଏବଂ ତାଙ୍କ ପତ୍ନୀ ପ୍ରାୟ ୧୧ ଦିନ ଏକାଠି ରହିବା ପରେ କିଛି ଗୁରୁତ୍ୱପୂର୍ଣ୍ଣ କାମ ଅଛି ବୋଲି କହି ସ୍ତ୍ରୀଙ୍କ ପରିବାର ସଦସ୍ୟ ଆସି ତାଙ୍କୁ ନେଇ ଯାଇଥିଲେ। ସନ୍ତୋଷ ସ୍ତ୍ରୀଙ୍କୁ ଦୁଇଥର ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ କିନ୍ତୁ ଏହା ଏକ ‘ଶୁଭ ସମୟ’ ନୁହେଁ ବୋଲି ଶ୍ବଶୁର ଘର ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯାଇଥିଲା।

ସମ୍ବନ୍ଧିତ ଖବର