ଚୀନ୍‌ର ସାମରିକ ଶକ୍ତି ବିଶ୍ବ ପାଇଁ ବିପଦ: ଟ୍ରମ୍ପ୍‌

ୱାସିଂଟନ: ଚୀନ୍‌ର ବଢ଼ି ଚାଲିଥିବା ସାମରିକ ଶକ୍ତି ଏବେ ବିଶ୍ବ ପାଇଁ ବିପଦର କାରଣ ହୋଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ କହିଛନ୍ତି। ଏହି ବାମପନ୍ଥୀ ରାଷ୍ଟ୍ର ଅନ୍ୟର ଜ୍ଞାନକୌଶଳ ଚୋରି କରିବାରେ ମଧ୍ୟ ବେଶ୍‌ ପାରଙ୍ଗମ ବୋଲି ସେ କହିଛନ୍ତି। ବିବାଦୀୟ ଦକ୍ଷିଣ ଚୀନ୍‌ ସାଗରର ପ୍ରାକୃତିକ ସଂପଦ ଉପରେ ଏକଚାଟିଆ ଅଧିକାର ଦାବି କରି ଚୀନ୍‌ ଅଯଥା ଉତ୍ତେଜନା ବଢ଼ାଉଛି ଏବଂ ଏହାର ବିସ୍ତାରବାଦୀ ନୀତି ଅନ୍ୟ ରାଷ୍ଟ୍ରମାନଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରୁଛି ବୋଲି ଟ୍ରମ୍ପ୍‌ କହିଛନ୍ତି। ଚୀନ୍‌ ଆମେରିକାର ବୌଦ୍ଧିକ ସମ୍ପତ୍ତି ଚୋରି କରିବାକୁ ଏକ ଅଧିକାର ବୋଲି ଧରି ନେଇଛି ଏବଂ ଏହାକୁ ଏଭଳି କରିବାକୁ ଦିଆଯିବ ନାହିଁ ବୋଲି ଟ୍ରମ୍ପ୍‌ କହିଛନ୍ତି।

ସମ୍ବନ୍ଧିତ ଖବର