କରୋନା ଟିକା-ଔଷଧ, ୮ଟି ସମ୍ଭାବ୍ୟ ଟିକାର ଚାଲିଛି ନୈଦାନିକ ପରୀକ୍ଷଣ

କୋଭିଡ୍-୧୯ ମୁକାବିଲା ପାଇଁ ‘ହୁ’ର ସାମୂହିକ ଉଦ୍ୟମ

ମୁମ୍ବାଇ: ଅଦ୍ୟାବଧି ସାରା ବିଶ୍ବରେ ପାଖାପାଖି ସାଢେ଼ ୪୭ ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କରିବା ସହ ୩ ଲକ୍ଷ ୧୫ ହଜାରରୁ ଅଧିକଙ୍କ ମୃତ୍ୟୁର କାରଣ ସାଜିଥିବା ମହାମାରୀ କୋଭିଡ୍–୧୯ର ପ୍ରତିରୋଧ ନିମନ୍ତେ ଏକ ପ୍ରମାଣସିଦ୍ଧ ଉପାୟ ବାହାର କରିବା ପାଇଁ ‘ହୁ’ ବିଶ୍ବସ୍ତରୀୟ ଉଦ୍ୟମ ଜାରି ରଖିଛିା ଏହି କ୍ରମରେ ଏକ ନିରାପଦ ଟିକା କିମ୍ବା ଫଳପ୍ରଦ ଔଷଧ ବାହାର କରିବା ପାଇଁ ବିଭିନ୍ନ ଦେଶ ଆଗତ କରିଥିବା ପ୍ରସ୍ତାବକୁ ମଧ୍ୟ ‘ହୁ’ ଅନୁମୋଦନ କରିଛିା ତେବେ ‘ହୁ’ର ସାମୂହିକ ଉଦ୍ୟମ ସ୍ବରୂପ ବିଶ୍ବର ବିଭିନ୍ନ ପ୍ରାନ୍ତରେ ସମ୍ପ୍ରତି ୮ଟି ସମ୍ଭାବ୍ୟ ଟିକାର ନୈଦାନିକ ପରୀକ୍ଷଣ ଜାରି ରହିଛିା ସେହିପରି ଅନ୍ୟ ୧୧୦ଟି ଟିକା ପାଇଁ ମଧ୍ୟ ପରୀକ୍ଷାନିରୀକ୍ଷା ବିଭିନ୍ନ ସ୍ତରରେ ପହ‌ିଥିବା ଜଣାଯାଇଛିା ମହାମାରୀ କୋଭିଡ୍ ୧୯ ଦାଉରୁ ମୁକୁଳିବା ପାଇଁ ବିଭିନ୍ନ ରାଷ୍ଟ୍ରରେ ବିକଳ୍ପ ଉପାୟମାନ ଅବଲମ୍ବନ କରାଯାଉତିବା ବେଳେ ମୁଖ୍ୟତଃ ଆମେରିକା, ଚୀନ୍ ଏବଂ ଜର୍ମାନୀ ଆଦି ଦେଶର ଔଷଧ କମ୍ପାନି ଓ ସ୍ବାସ୍ଥ୍ୟ ସଂଗଠନଗୁଡି଼କ କରୋନା ମୁକାବିଲା ପାଇଁ ପ୍ରମୁଖ ଭୂମିକା ନିଭାଉଛନ୍ତିା ଏପରିକି ଚୀନ୍ ଓ ଆମେରିକା ମଧ୍ୟ କେବେ ନିଜ ଦେଶରେ କରୋନା ପ୍ରତିରୋଧୀ ଟିକା ପ୍ରୟୋଗ କରିବେ, ସମ୍ଭାବ୍ୟ ତାରିଖ ମଧ୍ୟ ଏବେଠାରୁ ଘୋଷଣା କରିସାରିଛନ୍ତିା ତେବେ କୌଣସି ବି ଟିକା ଏଯାଏ ସଫଳ ସାବ୍ୟସ୍ତ ହୋଇନଥିବା ‘ହୁ’ ପକ୍ଷରୁ କୁହାଯାଇଛିା

ସମ୍ବନ୍ଧିତ ଖବର