ସୁପ୍ରିମକୋର୍ଟରେ କୋଭିଡ-୧୯ ମୃତ୍ୟୁ ସହାୟତା ବିତରଣ ମାମଲା: ୮,୮୭୨ ଜଣଙ୍କୁ ଓଡ଼ିଶା ସରକାରଙ୍କ ସହାୟତା ମଞ୍ଜୁରି

ନୂଆଦିଲ୍ଲୀ : କୋଭିଡ-୧୯ ମୃତ୍ୟୁ ମାମଲାରେ ୮ ହଜାର ୮୭୨ ଜଣଙ୍କ ନିକଟ ସଂପର୍କୀୟମାନଙ୍କୁ ସହାୟତା ପ୍ରଦାନ ନିମନ୍ତେ ଓଡ଼ିଶା ସରକାରଙ୍କ ପକ୍ଷରୁ ମଂଜୁରି ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ ତଥ୍ୟରୁ ଏହି ସୂଚନା ମିଳିଛି।

ମୃତ୍ୟୁ ସହାୟତା ପାଇଁ ଜାନୁଆରି ୧୬ ସୁଦ୍ଧା ୧୦ ହଜାର ୮୬୫ ଦାବି (କ୍ଲେମ୍‌) ଫର୍ମ ଗ୍ରହଣ କରାଯାଇଥିଲା। ଏଥି ମଧ୍ୟରୁ ୮ ହଜାର ୮୭୨ ଆବେଦନକୁ ମଞ୍ଜୁରି ପ୍ରଦାନ କରାଯାଇଛି। ପ୍ରଦତ୍ତ ସୂଚନାରେ କୁହାଯାଇଛି, ଓଡ଼ିଶାରେ କୋଭିଡ୍‌ ସହାୟତା ପାଇଁ ଆବେଦନ ନିମନ୍ତେ ଅକ୍ଟୋବର ୧୨, ୨୦୨୧ରେ ଓଡ଼ିଆ ଏବଂ ୧୧ ଓ ୨୬ ନଭେମ୍ବର ୨୦୨୧ରେ ଇଂରାଜୀ ସମ୍ବାଦପତ୍ରରେ ବିଜ୍ଞାପନ ଦିଆଯାଇଥିଲା। ଆଜି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏମ୍‌.ଆର୍‌. ଶାହା ଏବଂ ବିଚାରପିତ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନାଙ୍କ ଖଣ୍ଡପୀଠ କୋଭିଡ-୧୯ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ନିକଟତମଙ୍କୁ ସହାୟତା ରାଶି ବିତରଣ କରାଯିବା ପ୍ରସଙ୍ଗରେ ଶୁଣାଣି କରିଥିଲେ।

ଆସନ୍ତାକାଲି ଏ ନେଇ ବିସ୍ତୃତ ଆଦେଶ ଖଣ୍ଡପୀଠ ଜାରି କରିବେ। ମାମଲାରା ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ ୪ କୁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର