ଡ୍ୟାମ୍‌ ସୁରକ୍ଷା ବିଲ୍‌-୨୦୨୧: ଓଡ଼ିଶା ସରକାର ଏକାଧିକ ପଦକ୍ଷେପ ନେଇଛନ୍ତି ବୋଲି କହିଲେ ପ୍ରସନ୍ନ ଆଚାର୍ଯ୍ୟ

ନୂଆଦିଲ୍ଲୀ : ଓଡ଼ିଶା‌ରେ ୨୦୪ଟି ଛୋଟବଡ଼ ନଦୀବନ୍ଧ (ଡ୍ୟାମ୍‌) ରହିଛି। ଏହାର ସୁରକ୍ଷା ଓ ପରିଚାଳନା ପାଇଁ ଓଡ଼ିଶା ସରକାରଙ୍କ ଉତ୍ତମ ବ୍ୟବସ୍ଥା ଅଛି। ନଦୀବନ୍ଧ ନିରାପତ୍ତା ସଂସ୍ଥା ଦ୍ବାରା ପ୍ରତି ବର୍ଷ ମୌସୁମୀ ପୂର୍ବ ଓ ମୌସୁମୀ ପର ସ୍ଥିତିର ନିୟମିତ ସମୀକ୍ଷା କରାଯାଇଥାଏ। କେବଳ ସେତିକି ନୁହେଁ, ଅନ୍ତଃ ରାଜ୍ୟ ‌କମିଟି ଦ୍ବାରା ମଧ୍ୟ ଡ୍ୟାମ୍‌ ସୁରକ୍ଷାକୁ ନେଇ ନିୟମିତ ବ୍ୟବଧାନରେ ପଦକ୍ଷେପ ନିଆଯାଉଛି। ଡ୍ୟାମ୍‌ ସୁରକ୍ଷା ବିଲ୍‌-୨୦୨୧ ଉପରେ ଆଲୋଚନା କରି ବିଜେଡି ରାଜ୍ୟସଭା ନେତା ପ୍ରସନ୍ନ ଆଚାର୍ଯ୍ୟ ଏହା କହିଛନ୍ତି।

ଏହି ଅବସରରେ ଶ୍ରୀ ଆଚାର୍ଯ୍ୟ କହିଲେ, ଡ୍ୟାମ୍‌ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନେଉଥିବା ରାଜ୍ୟମାନଙ୍କ କାର୍ଯ୍ୟ କରିବାର ସ୍ବାଧୀନତା ରହୁ ଓ ଏଥିରେ କେନ୍ଦ୍ରର ହସ୍ତ‌କ୍ଷେପ ନ ରହୁ । କେନ୍ଦ୍ର ସରକାର ଡ୍ୟାମ୍‌ ସୁରକ୍ଷା ବିଲ୍‌ ଦ୍ବାରା ଦେଶର ବୃହତ୍‌ ଡ୍ୟ‌ାମଗୁଡ଼ିକର ସୁରକ୍ଷା ସୁନିଶ୍ଚିତ କରୁଛନ୍ତି। ତେଣୁ ସେ କେନ୍ଦ୍ର ସରକାରଙ୍କ ଏହି ବିଲ୍‌ର ଉଦ୍ଦେଶ୍ୟକୁ ନେଇ ସନ୍ଦେହ କରୁନାହାନ୍ତି। ଡ୍ୟାମ୍‌ ନିର୍ମାଣ ଅନୁମତି ଦିଆଯିବା ବେଳେ ତଳମୁଣ୍ଡ ରାଜ୍ୟମାନଙ୍କ ମତାମତ ନିଆଯାଉନାହିଁ। ନିକଟରେ ଛତିଶଗଡ଼ ଦ୍ବାରା ମହାନଦୀର ଉପର ମୁଣ୍ଡରେ ଅନେକ ଡ୍ୟାମ ନିର୍ମାଣ କରାଯାଇଛି। ଏହା ଯଥେଷ୍ଟ ଭାବେ ଓଡ଼ିଶାକୁ ପ୍ରଭାବିତ କରୁଛି । ହୀରାକୁଦ ଡ୍ୟାମ ମଧ୍ୟ ଏହା ଦ୍ବାରା ବିଶେ‌ଷ ଭାବେ ପ୍ରଭାବିତ ହୋଇଥିବା ପ୍ରସନ୍ନ କହିଥିଲେ।

ସମ୍ବନ୍ଧିତ ଖବର