ପ୍ରତିରକ୍ଷା ସଚିବ ଅଜୟ କୁମାର କରୋନା ସଂକ୍ରମିତ

ନୂଆଦିଲ୍ଲୀ: ପ୍ରତିରକ୍ଷା ସଚିବ ଅଜୟ କୁମାର କରୋନା ସଂକ୍ରମିତ ହୋଇଛନ୍ତି। ସାମାନ୍ୟ ଜ୍ବର ଏବଂ ଥଣ୍ଡା ହେବାପରେ କୁମାର କରୋନା ପରୀକ୍ଷା କରାଇଥିଲେ। ତାଙ୍କ ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଅଛି ଏବଂ ସେ ଏବେ ହୋମ୍‌ କ୍ବାରାଣ୍ଟିନ୍‌ରେ ଅଛନ୍ତି। ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁମାରଙ୍କ ସ୍ବ‌ାସ୍ଥ୍ୟ ସଂକ୍ରାନ୍ତରେ କିଛି ସ୍ପଷ୍ଟ କରା‌ଯାଇନି।‌ ତେବେ ସିଡିଏସ୍‌ ଏବଂ ୩ ସେନା ମୁଖ୍ୟ ଗତ ୪ ଦିନ ମଧ୍ୟରେ କୁମାରଙ୍କ ସଂସ୍ପର୍ଶରେ ଆସିନଥିବା ଜଣାପଡ଼ିଛି।

ମିଳିଥିବା ସୂଚନାନୁଯାୟୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗତକାଲି ଅଫିସ୍‌ ଆସିନଥିଲେ। କିନ୍ତୁ ଏହାର କାରଣ କ’ଣ ଜଣାପଡ଼ିନି। ଅନ୍ୟପକ୍ଷେ ପ୍ରତିରକ୍ଷା ସଚିବ କେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ସେନେଇ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଯାଇଛି। ସାଉଥ୍‌ ବ୍ଲକ୍‌ର ଫାଷ୍ଟ୍‌ ଫ୍ଲୋର୍‌ ସେକ୍ସନ୍‌ରେ ଥିବା ପ୍ରତିରକ୍ଷା ସଚିବଙ୍କ ଅଫିସ୍‌କୁ ଭଲଭାବେ ବିଶୋଧନ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରାଳୟ ‌ହେଡକ୍ବାର୍ଟର୍‌ରେ କାମ କରୁଥିବା ପ୍ରାୟ ୩୫ ଜଣ ଅଧିକାରୀଙ୍କୁ ହୋମ୍‌ କ୍ବାରାଣ୍ଟିନ୍‌କୁ ପଠାଯାଇଛି। ଅନ୍ୟ ଅଧିକାରୀମାନଙ୍କର ମଧ୍ୟ କୋଭିଡ ଯାଞ୍ଚ କରାଯାଉଛି।

ସମ୍ବନ୍ଧିତ ଖବର