ଦୁଷ୍କର୍ମର ଶିକାର ହୋଇଥିବା ୬ବର୍ଷୀୟା ଶିଶୁର ପରିବାରକୁ ୧୦ଲକ୍ଷ ଟଙ୍କାର କ୍ଷତିପୂରଣ ଦେବେ କେଜ୍ରିଓ୍ଵାଲ

ନୂଆଦିଲ୍ଲୀ : ଦିଲ୍ଲୀର ଦ୍ୱାରକାର ସେକ୍ଟର -୨୩ରେ ଜୁଲାଇ ୨ ତାରିଖରେ ଜଣେ ୬ବର୍ଷୀୟା ଶିଶୁ ଦୁଷ୍କର୍ମର ଶିକାର ହୋଇଥିଲା । ଅଭିଯୁକ୍ତ ଦୁଷ୍କର୍ମ ପରେ ପୀଡ଼ିତାଙ୍କୁ ଅଚେତ ଅବସ୍ଥାରେ ଛାଡ଼ି ଚାଲିଯିବା ପରେ ପୀଡ଼ିତାଙ୍କ କାନ୍ଦ ଶୁଣି ତାଙ୍କୁ ଉଦ୍ଧାର କରିଥିଲେ ଲୋକେ । ପରେ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣା ପଡ଼ିଛି । ତେବେ ଏ ବର୍ବର କାଣ୍ଡ ସାମ୍ନାକୁ ଆସିବା ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ପୀଡ଼ିତାଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର କ୍ଷତିପୂରଣ ଦେବେ ବୋଲି ଘୋଷଣା କରିଛନ୍ତି ।

ଆମେ ପୀଡ଼ିତାଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର କ୍ଷତି ପୂରଣ ଦେବା ସହ ସବୁଠାରୁ ଭଲ ଡ଼ାକ୍ତରଙ୍କ ଦ୍ୱାରା ତାଙ୍କର ଚିକିତ୍ସା କରାଇବୁ । ଯଦି ଏହି ମାମଲାକୁ ନେଇ ପୁଲିସକୁ ଆମର କୌଣସି ସହାୟତା ଦରକାର ତେବେ ଆମେ ଦେବୁ ବୋଲି କହିଛନ୍ତି କେଜ୍ରିଓ୍ଵାଲ ।

The Indian Wire

ସୂଚନା ମୁତାବକ, ଜୁଲାଇ ୨ରେ ପୀଡ଼ିତାଙ୍କୁ ଅପହରଣ କରି ନେଇ ଦୁଷ୍କର୍ମ କରିବା ସହ ଜଙ୍ଗଲରେ ଫିଙ୍ଗି ଦେଇଥିଲେ ଅଭିଯୁକ୍ତ । ଚେତା ଫେରିବା ପରେ ପୀଡ଼ିତା କାନ୍ଦିବାରୁ ବାଟରେ ଯାଉଥିବା ଲୋକେ ପୀଡ଼ିତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିଲା । ପରେ ଏ ନେଇ ପୁଲିସରେ ଅଭିଯୋଗ କରାଯିବା ପରେ ସିସିଟିଭି ଆଧାରରେ ଅଭିଯୁକ୍ତକୁ ଗିରଫ କରିଥିଲା ପୁଲିସ ।

ସମ୍ବନ୍ଧିତ ଖବର