ଡିଡିଏ ଦ୍ୱାରା ଭଙ୍ଗାଯାଇଥିବା ୬୦୦ ବର୍ଷ ପୁରୁଣା ମସଜିଦରେ ସବେ-ଇ-ବରାତ ଉତ୍ସବ ଅନୁମତିକୁ ଦିଲ୍ଲୀ ହାଇକୋର୍ଟଙ୍କ ମନା

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ୱାକଫ ବୋର୍ଡର ପରିଚାଳନା କମିଟି ପକ୍ଷରୁ କରାଯାଇଥିବା ଏକ ଆବେଦନକୁ ଖାରଜ କରିଛନ୍ତି। ଯେଉଁଥିରେ ୬୦୦ ବର୍ଷ ପୁରୁଣା ଅଖୋନ୍ଦଜି / ଅଖୁଞ୍ଜି ମସଜିଦ, କବରସ୍ଥାନ ଏବଂ ମଦ୍ରାସାରେ ସ୍ଥାନୀୟ ଲୋକଙ୍କୁ ସବେ-ଇ-ବରାତ ପାଳନ କରିବାକୁ ଅନୁମତି ଦିଆଯାଉ ବୋଲି ଉଲ୍ଲେଖ କରାଯାଇଥିଲା। ଏହି ବର୍ଷ ଜାନୁଆରୀ ୩୦ରେ ଡିଡିଏ ଦ୍ୱାରା ମସଜିଦକୁ ଭାଙ୍ଗି ଦିଆଯାଇଥିଲା।

ଦିଲ୍ଲୀ ୱାକଫ ବୋର୍ଡର ପରିଚାଳନା କମିଟି ଫେବ୍ରୁଆରି ୨୫ ରବିବାରର ସୂର୍ଯ୍ୟାସ୍ତ ହେବାର ୩୦ ମିନିଟ ପୂର୍ବରୁ ୨୬ ଫେବ୍ରୁଆରି ସୂର୍ଯ୍ୟୋଦୟ ହେବାର ୩୦ ମିନିଟ ପୂର୍ବ ପର୍ଯ୍ୟନ୍ତ ସମୟସୀମା ମଧ୍ୟରେ ଏହି ସ୍ଥାନକୁ ସ୍ଥାନୀୟ ଲୋକଙ୍କ ପ୍ରବେଶ କରିବାକୁ ଅନୁମତି ଲୋଡି କୋର୍ଟରେ ଏକ ଆବେଦନ କରିଥିଲେ।

ଜଷ୍ଟିସ ପୁରୁଷିନ୍ଦର କୁମାର କୌରବ ଏହି ଆବେଦନକୁ ଖାରଜ କରି କହିଛନ୍ତି ଯେ ଏହି ସ୍ଥିତିରେ କୋର୍ଟ କୌଣସି ନିର୍ଦ୍ଦେଶ ଦେବାକୁ ଇଚ୍ଛୁକ ନୁହନ୍ତି।

ବର୍ତ୍ତମାନ ସୁଦ୍ଧା ଏହି ସାଇଟ୍ ଡିଡିଏ ଅଧୀନରେ ଅଛି ଏବଂ ମାର୍ଚ୍ଚ ୭ ରେ ଏହାର ଶୁଣାଣି ହେବାକୁ ଧାର୍ଯ୍ୟ କରାଯାଇଛି। ତେଣୁ ବର୍ତ୍ତମାନର ମାମଲାର ତଥ୍ୟ ଏବଂ ପରିସ୍ଥିତି ଅନୁଯାୟୀ କୋର୍ଟ କୌଣସି ନିର୍ଦ୍ଦେଶ ଦେବାକୁ ଚାହୁଁ ନାହାନ୍ତି। ଏହି ଆବେଦନ ଖାରଜ ହୋଇଛି ବୋଲି କୋର୍ଟ କହିଛନ୍ତି।

ମେହେରୋ ଲିରେ ଥିବା ଅଖୁଞ୍ଜୀ ମସଜିଦ ଏବଂ ବେହେରୁଲ ଉଲୁମ ମଦ୍ରାସା ଜାନୁଆରୀ ୩୦ ରେ ଡିଡିଏ ଦ୍ୱାରା ଭାଙ୍ଗି ଦିଆଯାଇଥିଲା।

ସ୍ଥାନୀୟ ଲୋକ ଦାବି କରିଛନ୍ତି ଯେ ଦିଲ୍ଲୀ ସୁଲତାଟେନ ସମୟରେ ପ୍ରାୟ ୬୦୦-୭୦୦ ବର୍ଷ ପୂର୍ବେ ଏହି ମସଜିଦ ନିର୍ମାଣ କରାଯାଇଥିଲା।

ଏହି ମାମଲାର ଶୁଣାଣି ପାଇଁ ଆସିଥିବାବେଳେ ଓକିଲ ଶାମ ଖ୍ୱାଜା ଦିଲ୍ଲୀ ୱାକଫ ବୋର୍ଡର ପରିଚାଳନା କମିଟି ପକ୍ଷରୁ ହାଜର ହୋଇଥିଲେ ଏବଂ ଯୁକ୍ତି ବାଢ଼ିଥିଲେ ସ୍ଥାନୀୟ ଲୋକମାନେ ମସଜିଦରେ ପିଢ଼ି ପରେ ପିଢ଼ି ସବେ ଇ-ବରାତ ପାଳନ କରିଆସୁଛନ୍ତି।

ସେ କହିଥିଲେ ସବେ ଇ-ବରାତରେ, ଯେଉଁମାନଙ୍କର ପୂର୍ବପୁରୁଷଙ୍କୁ ସେହି ସ୍ଥାନରେ ସମାଧି ଦିଆଯାଇଛି, ସେମାନେ ମୃତ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଚାହୁଁଛନ୍ତି।

ଖ୍ୱାଜା ଆହୁରି ମଧ୍ୟ କହିଥିଲେ ସେମାନଙ୍କ ପ୍ରାର୍ଥନାରେ କୌ ଣସି ଆବେଦନକାରୀଙ୍କ ସପକ୍ଷରେ କୌଣସି ଅଧିକାର ଭାବନା ସୃଷ୍ଟି କରିବ ନାହିଁ ଏବଂ ସେମ‌ାନେ କେବଳ ଚାହାନ୍ତି ସେମାନଙ୍କ ପୂର୍ବଜଙ୍କୁ ସମ୍ମାନ ଦେବା ପାଇଁ ପ୍ରବେଶ ଅନୁମତି ଦିଆଯାଉ।

ଏହି ଆବେଦନକୁ ଦିଲ୍ଲୀ ବିକାଶ ପ୍ରାଧିକରଣ ପକ୍ଷରୁ ବିରୋଧ କରାଯାଇଥିଲା।

ଦିଲ୍ଲୀ ୱାକଫ ବୋର୍ଡ (ଦିଲ୍ଲୀ ୱାକଫ ବୋର୍ଡର ପରିଚାଳନା କମିଟି ଠାରୁ ଭିନ୍ନ) ମଧ୍ୟ ଏହି ଆବେଦନକୁ ବିରୋଧ କରି କହିଛି ଯେ ଜମି ଉପରେ ଆବେଦନକାରୀଙ୍କ କୌଣସି ଅଧିକାର ନାହିଁ।

ସମ୍ବନ୍ଧିତ ଖବର