ଦିବ୍ୟା ପାହୁଜା ହତ୍ୟାକାଣ୍ଡ: ଦୋଷ ସ୍ବୀକାର କଲା ଅଭିଜିତ ସିଂ

ଗୁରୁଗ୍ରାମ: ଗ୍ୟାଙ୍ଗଷ୍ଟର ସନ୍ଦୀପ ଗାଡୋଲିର ଗର୍ଲଫ୍ରେଣ୍ଡ ତଥା ମଡେଲ ଦିବ୍ୟା ପାହୁଜାଙ୍କ ହତ୍ୟାଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ଗୁରୁଗ୍ରାମ ସିଟି ପଏଣ୍ଟ ହୋଟେଲର ଦୁଇ ଜଣ କର୍ମଚାରୀ ଦିବ୍ୟାଙ୍କ ମୃତଦେହକୁ କମ୍ବଳରେ ଗୁଡ଼ାଇ ନେଇ ଯାଉଥିବା ଭିଡିଓରେ ଦେଖାଯାଉଛି। ଦିବ୍ୟା ପାହୁଜା ହୋଟେଲ ମାଲିକ ଅଭିଜିତ ସିଂହଙ୍କୁ ହନିଟ୍ରାପ୍ କରିବା ପରେ ବ୍ଲାକମେଲିଂ କରୁଥିଲେ ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଛି। ସିଟି ପଏଣ୍ଟ ହୋଟେଲର ମାଲିକ ଅଭିଜିତ ସିଂ ଦିବ୍ୟାଙ୍କୁ ଗୁଳି କରିଥିବା କୁହାଯାଉଛି। ପୁଲିସର ପଚରାଉଚରାରେ ହୋଟେଲ ମାଲିକ ନିଜ ଅପରାଧ ସ୍ୱୀକାର କରିଛନ୍ତି।

ପୁଲିସ ଜବତ କରିଥିବା ଫୁଟେଜ୍ ଏବଂ ତଦନ୍ତରୁ ଜଣାପଡ଼ିଛି ଯେ ଦିବ୍ୟା ଜାନୁଆରୀ ୨ ତାରିଖରେ ହୋଟେଲର ମାଲିକ ଅଭିଜିତ ସିଂ ସହ ହୋଟେଲରେ ପହଞ୍ଚିଥିଲେ। ହୋଟେଲର ସିସିଟିଭି ଅନୁଯାୟୀ, ଭୋର ୪ଟା ୧୮ମିନିଟରେ ଦୁହେଁ ହୋଟେଲ ଭିତରକୁ ପ୍ରବେଶ କରିଥିଲେ। ଏହି ସମୟରେ ତାଙ୍କ ସହ ଆଉ ଜଣେ ଯୁବକ ଥିଲେ। ରିସେପସନରେ କଥାବାର୍ତ୍ତା ପରେ ତିନି ଜଣ ରୁମକୁ ଯାଆନ୍ତି । ଆଉ ଏକ ସିସିଟିଭି ଫୁଟେଜ୍ ପୁଲିସକୁ ମିଳିଛି। ସେହିଦିନ ଅର୍ଥାତ୍ ଜାନୁଆରି ୨ ତାରିଖ ରାତି ୧୦ଟା ୪୪ରେ ଦୁଇ ଜଣ ଯୁବକ ଏକ ମୃତଦେହକୁ କମ୍ବଳରେ ଗୁଡ଼ାଇ ଟାଣି ନେଉଛନ୍ତି। ଯୁବକ ଜଣଙ୍କ ମୃତଦେହକୁ ହୋଟେଲ ବାହାରକୁ ନେଇ ଏକ ନୀଳ ରଙ୍ଗର ବିଏମ୍ଡବ୍ଲ୍ୟୁର ଡିକ୍କିରେ ରଖୁଥିବା ଦେଖାଯାଉଛି ।

ସୂଚନାଯୋଗ୍ୟ ଯେ ସନ୍ଦୀପ ଗାଡୋଲି ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଦିବ୍ୟା କିଛି ମାସ ଜେଲରେ ରହିବା ପରେ ଜାମିନରେ ଆସିଥିଲା ।

ସମ୍ବନ୍ଧିତ ଖବର