ପାୱାରଙ୍କ ପ୍ରଶ୍ନ, ରାଜ୍ୟପାଳ ସବୁଠୁ ବଡ଼ ଦଳକୁ ଆମନ୍ତ୍ରଣ କରୁନାହାନ୍ତି କାହିଁକି?

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ ଆସନ୍ତାକାଲି ଶେଷ ‌‌ହେଉଥିଲେ ସୁଦ୍ଧା‌ ଏଯାବତ୍‌ ସରକାର ଗଠନ ହୋଇପାରୁ ନଥିବାରୁ ବିରୋଧୀ ଦଳଗୁଡ଼ିକ ବିଜେପି-ଶିବସେନା ମେଣ୍ଟକୁ ସମାଲୋଚନା କରିଛନ୍ତି। ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଆଜି ସରକାର ଗଠନ ବିଳମ୍ବ ନେଇ କହିଛନ୍ତି, ରାଜ୍ୟପାଳ କାହିଁକି ସବୁଠୁ ବଡ଼ ଦଳ ବିଜେପିକୁ ସରକାର ଗଠନ ପାଇଁ ଡାକୁନାହାନ୍ତି ତାହା ସେ ଜାଣି ପାରୁନାହାନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ୧୦୫ଟି ଆସନରେ ଜିତି ସବୁଠୁ ବଡ଼ ଦଳ ସାବ୍ୟସ୍ତ ହୋଇଛି। ଏହା ସତ୍ତ୍ବେ ସବୁଠୁ ବଡ଼ ଦଳକୁ ସରକାର ଗଠନ ପାଇଁ ନ ଡାକିବା ପଛରେ କାରଣ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ପାୱାର ଦୁଇ ଦିନ ତଳେ ବିଜେପି ସଭାପତି ଅମିତ ଶାହଙ୍କୁ ମହାରାଷ୍ଟ୍ରରେ ତୁରନ୍ତ ସରକାର ଗଠନ ପାଇଁ ଚ୍ୟାଲେଂଜ କରିଥିଲେ।

ସମ୍ବନ୍ଧିତ ଖବର