ଏକଜିଟ ପୋଲ : ତାମିଲନାଡ଼ୁରେ ଡିଏମକେ, ପୁଡ଼ୁଚେରୀରେ ବିଜେପି

ଚେନ୍ନାଇ : ତାମିଲନାଡୁରେ କ୍ଷମତା ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । କ୍ଷମତାସୀନ ଏଆଇଡିଏମକେ କ୍ଷମତାଚ୍ୟୁତ ହେବାର ସମ୍ଭାବନା ଥିବାବେଳେ ଡିଏମକେ କ୍ଷମତା ହାସଲ କରିବାର ସମ୍ଭାବନା ରହିଛି ।

ଆଜି ବିଭିନ୍ନ ସଂସ୍ଥା ପକ୍ଷରୁ ପ୍ରକାଶିତ ବୁଥବାହୁଡ଼ା ମତ ବା ଏକଜିଟ ପୋଲ ରିପୋର୍ଟରେ ଡିଏମକେ କ୍ଷମତା ଦୌଡ଼ରେ ଆଗୁଆ ଥିବା କୁହାଯାଇଛି । ରିପବ୍ଲିକ-ସିଏନଏକ୍ସ ରିପୋର୍ଟ ଅନୁସାରେ ଡିଏମକେ ୧୬୦-୧୭୦ଟି ଆସନ ଜିତିବ । ସେହିପରି ଏଆଇଡିଏମକେ ୫୮-୬୮ଟି ଆସନ ଜିତିବ ଓ ଅନ୍ୟମାନେ ୪-୬ଟି ଆସନ ଜିତିବେ । ଟୁଡେଜ୍-ଚାଣକ୍ୟର ଏକଜିଟ ପୋଲ ଅନୁସାରେ ଡିଏମକେ ୧୬୪-୧୮୬ଟି ଆସନ ଜିତିବ । ସେହିପରି ଏଆଇଡିଏମକେ ୪୬-୬୮ଟି ଆସନ ଜିତିବ ଓ ଅନ୍ୟମାନେ ୦-୮ଟି ଆସନ ଜିତିବେ ।

ଅନ୍ୟପକ୍ଷରେ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ବିଜେପି କ୍ଷମତା ହାସଲ କରିବାର ସମ୍ଭାବନା ରହିଛି । ରିପବ୍ଲିକ-ସିଏନଏକ୍ସର ଏକଜିଟ ପୋଲ ଅନୁସାରେ ବିଜେପି ୧୬-୨୦ଟି ଆସନ ଓ କଂଗ୍ରେସ ୧୧-୧୩ଟି ଆସନ ଜିତିବ ।

ସମ୍ବନ୍ଧିତ ଖବର