କୁକୁରକୁ ମାରିବାକୁ ରଖାଯାଇଥିବା ବିଷ ମିଶା ବିସ୍କୁଟ ଖାଇ ଶିଶୁର ମୃତ୍ୟୁ

ନୂଆଦିଲ୍ଲୀ: କୁକୁରକୁ ମାରିବାକୁ ରଖାଯାଇଥିବା ବିଷ ମିଶା ବିସ୍କୁଟ ଖାଇ ଜଣେ ଶିଶୁର ମୃତ୍ୟୁ ହୋଇଥିବାର ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ମୃତ ଶିଶୁର ନାମ ହେଇଡି ବେଲେରିଆ ବୟସ ୨ବର୍ଷ ବୋଲି ଜଣାପଡ଼ିଛି।

ଏହି ଘଟଣାକୁ ନେଇ ପରିଷଦର ମହାସଚିବ ଏପିଗମେନିଓ କାରିଲୋ କହିଛନ୍ତି ଯେ ଏହି ମାମଲା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ନିଶ୍ଚିତ ସୂଚନା ମିଳିବା ମାତ୍ରେ ଅଧିକାରୀମାନେ ଏହା ବିଷୟରେ ଆଲୋଚନା କରିବେ।

ଟୋ‌ଟୋଟଲାନ ନିବାସୀ ଦାବି କରିଛନ୍ତି କି, ଅନେକ ଦିନ ହେବ ଏହି ଅଞ୍ଚଳରେ କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଯେଉଁକାରଣରୁ ସ୍ଥାନୀୟ ଲୋକଙ୍କୁ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେଣୁ କିଛି ଲୋକ ବୋଧ ହୁଏ କୁକୁରକୁ ମାରିବା ପାଇଁ ଘର ବାହାରେ ବିସ୍କୁଟରେ ବିଷ ମିଶାଇ ଫିଙ୍ଗି ଦେଇଥିଲେ।

ଆଉ ଶିଶୁ ଜଣକ ଘର ବାହାରେ ଖେଳୁଥିବା ବେଳେ ଉକ୍ତ ବିସ୍କୁଟ ଖାଇ ଦେଇଥିଲା। ଏହି ବିସ୍କୁଟକୁ ଖାଇ ଦେବାର କିଛି ସମୟ ପରେ ଶିଶୁକୁ ନିଶ୍ବାସ ନେବାରେ ଅସୁବିଧା ହୋଇଥିଲା। ପରିବାରଲୋକ ତୁରନ୍ତ ତାକୁ ଚିକିତ୍ସା ପାଇଁ ହସ୍ପିଟାଲ ନେଇଥିଲେ ହେଁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର