ନୂଆଦିଲ୍ଲୀ: ଗତ ଡିସେମ୍ବର ମାସରୁ ଚୀନ୍‌ରେ ସଂକ୍ରମଣ ବ୍ୟାପିବାଠାରୁ ଏ ପର୍ଯ୍ୟନ୍ତ ବିଶ୍ବର ପ୍ରାୟ ୪୨ ନିୟୁତ  ଲୋକ  କରୋନାଭାଇରସ୍ ‌ଦ୍ବାରା ଆକ୍ରାନ୍ତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ଅନ୍ୟୂନ ୧,୧୪୫,୮୪୭ଜଣଙ୍କର ମୃତ୍ୟୁ ଘଟିଥିବା କଥା ରବିବାର ଦିନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

Advertisment

ରବିବାର ପର୍ଯ୍ୟନ୍ତ ସମଗ୍ର ବିଶ୍ବ‌ରେ ପଞ୍ଜିକୃତ ହୋଇଥିବା ଅନ୍ୟୂନ ୪୨,୨୬୨,୨୯୦ କରୋନାଭାଇରସ୍ ସଂକ୍ରମଣ ମାମଲାରୁ ସମ୍ପ୍ରତି ୨୮, ୭୫୪,୯୦୦ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି।  ଏଜେନ୍ସି ଦ୍ବାରା ସଂଗୃହୀତ ତଥ୍ୟ ଏବଂ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନରୁ ପ୍ରାପ୍ତ ସୂଚନା ଉପଯୋଗ କରି ପ୍ରସ୍ତୁତ କରାଯାଇଥିବା ତୁଳନାତ୍ମକ ହିସାବରୁ ଏହି ତଥ୍ୟ ସାମ୍ନାକୁ ଆସିଛି । କାରଣ ଅନେକ ଦେଶରେ କେବଳ ଲକ୍ଷଣଯୁକ୍ତ କିଂବା ଖୁବ୍ ଗୁରୁତର ମାମଲାଗୁଡ଼ିକୁ ପରୀକ୍ଷା କରୁଛନ୍ତି।

ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଶୁକ୍ରବାର ଦିନ ବିଶ୍ବବ୍ୟାପୀ ୬, ୩୬୬ ମୃତ୍ୟୁ ଓ ୪୮୨,୯୫୪ ସଂକ୍ରମଣ ମାମଲା ପଞ୍ଜିକରଣ କରାଯାଇଥିଲା।

publive-image Image Courtesy of NDTV

‘ସିଏସ୍‌ଏସ୍‌ଇ’ ତଥ୍ୟ ଅନୁସାରେ, ବିଶ୍ବରେ ସବୁଠୁ ଅଧିକ କରୋନାଭାଇରସ୍ ପ୍ରଭାବିତ ଦେଶ ହେଉଛି ଯୁକ୍ତରାଷ୍ଟ୍ର ଆମେରିକା। ସେଠାରେ ୮,୫୭୧,୯୪୩ ସଂକ୍ରମିତ ହୋଇଥିବା ବେଳେ ୨୨୪,୭୭୧ଜଣଙ୍କର ଜଣଙ୍କର ମୃତ୍ୟୁ ଘଟିଛି। ସଂକ୍ରମଣ ମାମଲାରେ ଦ୍ବିତୀୟ ସ୍ଥାନରେ ଥିବା ଭାରତରେ ଆଜିର ‘ଆଇସିଏମ୍‌ଆର୍‌’ ତଥ୍ୟ ଅନୁଯାୟୀ ମୋଟ୍‌ ୭, ୮୬୪, ୮୧୧ ଜଣ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୧୧୮,୫୩୪ରେ ପହଞ୍ଚିଛି।

ମୃତ୍ୟୁସଂଖ୍ୟା ଆଧାରରେ ଦ୍ବିତୀୟ ସ୍ଥାନରେ ଥିବା ଦେଶ ହେଉଛି ବ୍ରାଜିଲ, ଯେଉଁଠି ୧୫୬,୯୦୩ଜଣଙ୍କର ମୃତ୍ୟୁ ଘଟିଛି।

‘ସିଏସ୍‌ଏସ୍‌ଇ’ ତଥ୍ୟ ଅନୁସାରେ, ଅଧିକ ସଂଖ୍ୟକ ସଂକ୍ରମଣ ଥିବା ଅନ୍ୟ ୧୫ଟି ଦେଶ ହେଉଛି- ବ୍ରାଜିଲ୍‌ (୫୩ ଲକ୍ଷ), ରୁଷ୍‌ (୧୪ ଲକ୍ଷ), ଫ୍ରାନ୍ସ୍ (୧୦ ଲକ୍ଷ), ଆର୍ଜେଣ୍ଟିନା (୧୦ ଲକ୍ଷ), ସ୍ପେନ୍ (୧୦ ଲକ୍ଷ), କଲମ୍ବିଆ (୧୦ ଲକ୍ଷ), ମେକ୍ସିକୋ (୮.୮୬ ଲକ୍ଷ), ପେରୁ (୮.୮୩ ଲକ୍ଷ), ଇଂଲଣ୍ଡ (୮.୫୭ ଲକ୍ଷ), ଦକ୍ଷିଣ ଆଫ୍ରିକା (୭.୧୪ ଲକ୍ଷ), ଇରାନ୍ (୫.୬୨ ଲକ୍ଷ), ଇରାନ୍ (୫.୬୨ ଲକ୍ଷ), ଇଟାଲି (୫.୦୪ ଲକ୍ଷ), ଚିଲି (୫ ଲକ୍ଷ), ଇରାକ୍ (୪.୪ ଲକ୍ଷ) ଏବଂ ଜର୍ମାନି (୪. ୨୭ ଲକ୍ଷ)।

ଏହାଛଡ଼ା, ୧୦ ହଜାରରୁ ଅଧିକ ମୃତ୍ୟୁସଂଖ୍ୟା ଥିବା ଦେଶମାନଙ୍କ ମଧ୍ୟରେ ଅଛନ୍ତି ମେକ୍ସିକୋ, ଇଂଲଣ୍ଡ୍‌, ଇଟାଲି, ସ୍ପେନ୍, ଫ୍ରାନ୍ସ, ପେରୁ, ଇରାନ୍, କଲମ୍ବିଆ, ଆର୍ଜେଣ୍ଟିନା, ରୁଷ୍‌, ଦକ୍ଷିଣ ଆଫ୍ରିକା, ଚିଲି, ଇଣ୍ଡୋନେସିଆ, ଇକ୍ବାଡର୍‌, ବେଲ୍‌ଜିଅମ୍, ଇରାକ୍ ଓ ଜର୍ମାନି।