ପୂରା ଦେଶ ଖୁସି, ଖାଲି କଂଗ୍ରେସ ଓ ଆତଙ୍କବାଦୀ ଦୁଃଖୀ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କଂଗ୍ରେସକୁ ଆକ୍ଷେପ କରି କହିଛନ୍ତି କି ପୂରା ହିନ୍ଦୁସ୍ତାନ ଖୁସି କିନ୍ତୁ କେବଳ କଂଗ୍ରେସ ଓ ଆତଙ୍କବାଦୀମାନେ ଦୁଃଖୀ। ସେ ଆହୁରି ବି କହିଛନ୍ତି କି କଂଗ୍ରେସ କେବଳ ଗୋଟିଏ ପରିବାର କଥା ଚିନ୍ତା କରେ। ସେ ପୂରା ଦେଶ କଥା ଚିନ୍ତା କରେ ନାହିଁ।

କଂଗ୍ରେସ ଏପରି ଶାସନ କଲା ଯେ ଭାରତ ପରି ଏକ ମହାନ ଦେଶକୁ ଏକ ଦୁର୍ବଳ ରାଷ୍ଟ୍ରର ପରିଚୟ ମିଳିଗଲା। ଆସାମର ମୋରାନଠାରେ ଥିବା ଏକ ରାଲିରେ ପ୍ରଧାନମନ୍ତ୍ରୀ ମୋଦି ଏପରି କହିଛନ୍ତି।

ଏହି ରାଲିକୁ ସମ୍ବୋଧନ କଲା ବେଳେ ମୋଦି ‘୨୦୧୬ ମସିହାର ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ପ୍ରସଂଗ ବି ଉଠାଇଥିଲେ। ନିକଟରେ ହୋଇଥିବା ବାଲାକୋର୍ଟ ଏୟାର୍‌ ଷ୍ଟ୍ରାଇକ ବିଷୟରେ ବି ଆଲୋଚନା କରିଥିଲେ। ଏହି ପ୍ରସଂଗକୁ ନେଇ ସାରା ଦେଶ ଖୁସି ମନାଉଥିବା ବେଳେ କେବଳ କଂଗ୍ରେସ ଓ ଆତଙ୍କବାଦୀମାନେ ଦୁଃଖୀ ଥିବା ମୋଦି ପ୍ରକାଶ କରିଛନ୍ତି।

ମୋଦି ଆହୁରି ବି କହିଛନ୍ତି ଯେ ପ୍ରଥମ ଥର ପାଇଁ ଭାରତ ଆତଙ୍କବାଦୀମାନଙ୍କ ଘର ଭିତରେ ପଶି ତାଙ୍କୁ ହତ୍ୟା କରିଛି।

ସମ୍ବନ୍ଧିତ ଖବର