ଲୋକଙ୍କ ବିଶ୍ବସ୍ତତା ମାପିବ ଚୀନର ଏହି ଯନ୍ତ୍ର

ବେଜିଂ : ମନେ କରାଯାଉ, ଏପରି ଏକ ଯନ୍ତ୍ର ଥାଆନ୍ତା, ଯାହାକୁ ବ୍ୟବହାର କରି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ନିଜ ବିଦ୍ରୋହୀ ବିଧାୟକମାନଙ୍କ ବିଶ୍ବସ୍ତତାକୁ ପୂର୍ବରୁ ହିଁ ଜାଣିପାରିଥାନ୍ତେ । ଫଳରେ ବିଦ୍ରୋହ ପୂର୍ବରୁ ହିଁ ସେମାନଙ୍କ ଚକ୍ରାନ୍ତକୁ ପଣ୍ଡ କରାଯାଇପାରିଥାନ୍ତା ।

ଠିକ୍ ଏପରି ଏକ ଯନ୍ତ୍ର ନିର୍ମାଣ କରିଥିବା ଦାବି କରିଛି ଚୀନ …

ଲୋକମାନଙ୍କ ବିଶ୍ବସ୍ତତା ମାପିବାକୁ ଚୀନର ଏକ ସଂସ୍ଥା ନିର୍ମାଣ କରିଛି ଏକ ସ୍ବତନ୍ତ୍ର ଯନ୍ତ୍ର । ଏହାକୁ ବ୍ୟବହାର କରି କମ୍ୟୁନିଷ୍ଟ ପାର୍ଟିର ସଦସ୍ୟମାନଙ୍କ ବିଶ୍ବସ୍ତତା ପରଖିବାକୁ ଯୋଜନା କରୁଛନ୍ତି ଚୀନ ସରକାର ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପ୍ରଯୁକ୍ତି ବ୍ୟବହାର କରି ନିର୍ମାଣ କରାଯାଇଥିବା ଏହି ଯନ୍ତ୍ରକୁ ପୂର୍ବ ଚୀନରେ ଥିବା ଆନହୁଇ ନାମକ ପ୍ରଦେଶରେ ଅବସ୍ଥିତି ହେଫେଇ ଜାତୀୟ ସାମଗ୍ରିକ ବିଜ୍ଞାନ କେନ୍ଦ୍ରର ୫ ଜଣ ଗବେଷକ ନିର୍ମାଣ କରିଛନ୍ତି । ଏ ସଂପର୍କରେ ଏକ ଭିଡିଓ ଚୀନ ସୋସିଆଲ ମିଡିଆ ଓ୍ବେବୋରେ ଅପଲୋଡ କରାଯାଇଛି ।

ମଣିଷର ମୁହଁର ଅବସ୍ଥା, ଶରୀରର କେତେକ ରାସାୟନିକ ପରିବର୍ତ୍ତନ, ସ୍କିନ କଣ୍ଡକ୍ଟିଭିଟିକୁ ଯାଞ୍ଚ କରି ଏହା ଉକ୍ତ ମଣିଷର ରାଜନୈତିକ ଆଦର୍ଶ ଓ ବିଶ୍ବସ୍ତତାକୁ ଧରିପାରିବ ।

ଏହାକୁ ବ୍ୟବହାର କରି ନିଜର କର୍ମୀମାନଙ୍କ ବିଶ୍ବସ୍ତତା ଯାଞ୍ଚ କରିବା ପରେ ସେମାନଙ୍କୁ ଆବଶ୍ୟକ ରାଜନୈତିକ ଶିକ୍ଷା ଦେବାକୁ କମ୍ୟୁନିଷ୍ଟ ପାର୍ଟି ଯୋଜନା କରୁଛି ।

ସମ୍ବନ୍ଧିତ ଖବର